Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୬ରେ ଆଇଏନଆଇ-ସିଇଟି ଓ ୨୭ରେ ଏମ୍ସ ପ୍ରବେଶିକା ପରୀକ୍ଷା

ଆସନ୍ତା ୧୬ରେ ଇନ୍‌ଷ୍ଟିଚ୍ୟୁଟ ଅଫ ନ୍ୟାସନାଲ (ଆଇଏନଆଇ-ସିଇଟି) ପ୍ରବେଶିକା ଏବଂ ଜୁନ୍‌ ୨୭ ତାରିଖରେ ଏମ୍ସ ପ୍ରବେଶିକା ପରୀକ୍ଷା ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହେବ। ସମୁଦାୟ ୧୨୯ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ଓଡ଼ିଶାର ୫ଟି ସହର ବାଲେଶ୍ବର, ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ଏହି ପରୀକ୍ଷା ଲାଗି କେନ୍ଦ୍ର ହୋଇଛି।

ଆସନ୍ତା ୧୬ରେ ଇନ୍‌ଷ୍ଟିଚ୍ୟୁଟ ଅଫ ନ୍ୟାସନାଲ (ଆଇଏନଆଇ-ସିଇଟି) ପ୍ରବେଶିକା ଏବଂ ଜୁନ୍‌ ୨୭ ତାରିଖରେ ଏମ୍ସ ପ୍ରବେଶିକା ପରୀକ୍ଷା ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହେବ। ସମୁଦାୟ ୧୨୯ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ଓଡ଼ିଶାର ୫ଟି ସହର ବାଲେଶ୍ବର, ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ଏହି ପରୀକ୍ଷା ଲାଗି କେନ୍ଦ୍ର ହୋଇଛି। ପ୍ରବେଶିକା ପରୀକ୍ଷା ଦେବା ଲାଗି ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଯିବେ। ଅତ୍ୟାବଶ୍ୟକ କାର୍ଯ୍ୟରେ ପ୍ରବେଶିକା ପରୀକ୍ଷା ଗଣନା ହୋଇଛି। ତେଣୁ ଏହି ପ୍ରବେଶିକା ପରୀକ୍ଷାକୁ ଜରୁରୀ କାର୍ଯ୍ୟ ଅନ୍ତର୍ଭୁକ୍ତ କରି ସୁପରିଚାଳନା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ପକ୍ଷରୁ ଜାରି ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲାପାଳ, ମହାନଗର ନିଗମ ଆୟୁକ୍ତ ଓ ଏସ୍‌ପିଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି । ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ, ଏମ୍ସ ପ୍ରବେଶିକା ଏବଂ ନିଯୁକ୍ତି ପରୀକ୍ଷାକୁ ଅତ୍ୟାବଶ୍ୟକ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯିବ। ସ୍ଥିର କରାଯାଇଥିବା କେନ୍ଦ୍ରଗୁଡ଼ିକ ଖୋଲାଯିବା ସହିତ ପରୀକ୍ଷା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯିବ। ଏମ୍ସ ପ୍ରବେଶିକା ପ୍ରବେଶପତ୍ର (ଆଡ଼ମିଟ କାର୍ଡ) କୁ କର୍ଫ୍ୟୁ ପାସ୍‌ ଭାବେ ବିବେଚନା କରାଯିବ। ଏହାଦ୍ବାରା ପରୀକ୍ଷାର୍ଥୀ ସୁବିଧାରେ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ। ଏମ୍ସର ସହଯୋଗୀ ଅଧିକାରୀ ବା ଅବଜର୍ଭରଙ୍କ ଯାତାୟାତକୁ ଅନୁମତି ଦିଆଯିବ। ପରୀକ୍ଷା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କୁ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ସ୍ଥାନୀୟ ପ୍ରଶାସନ, ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ରେଲୱେକୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ କୁହାଯାଇଛି।

Show More

Related Articles

Back to top button