ସାରା ରାଜ୍ୟରେ ମୌସୁମୀ ସକ୍ରିୟ, ପୁରୀରେ ସର୍ବାଧିକ ବର୍ଷା
ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ସକାଶେ ସମଗ୍ର ଓଡ଼ିଶାରେ ଏହାର ପ୍ରଭାବ ଅନୂଭୁତ ହୋଇଛି । ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ ପର୍ଯ୍ୟାୟକ୍ରମେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସୋମବାର ମୌସୁମୀଜନିତ ବର୍ଷାର ବାଦଲ ସମଗ୍ର ଓଡ଼ିଶା ଉପରେ ଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇମ୍ଡି) ପକ୍ଷରୁ ଦର୍ଶାଯାଇଛି ।

ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ସକାଶେ ସମଗ୍ର ଓଡ଼ିଶାରେ ଏହାର ପ୍ରଭାବ ଅନୂଭୁତ ହୋଇଛି । ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ ପର୍ଯ୍ୟାୟକ୍ରମେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସୋମବାର ମୌସୁମୀଜନିତ ବର୍ଷାର ବାଦଲ ସମଗ୍ର ଓଡ଼ିଶା ଉପରେ ଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇମ୍ଡି) ପକ୍ଷରୁ ଦର୍ଶାଯାଇଛି । ଏହି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ ସ୍ଥାନରେ ବର୍ଷା ରେକର୍ଡ ହୋଇଥିବାବେଳେ ପୁରୀରେ ସର୍ବାଧିକ ୫୨.୮ ମିମି ବର୍ଷା ରେକର୍ଡ ହୋଇଛି । ଲଘୁଚାପ ସହ ମୌସୁମୀ ଜନିତ ବର୍ଷା ଜାରି ରହିଥିବାବେଳେ ବିଶେଷ କରି ଓଡ଼ିଶା ଉପକୂଳ ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ପୁରୀ ବ୍ୟତୀତ କଟକ, ଝାରସୁଗୁଡ଼ା, କେନ୍ଦୁଝରଗଡ଼, ବାଲେଶ୍ୱର, ପାରାଦୀପ, ଝାରସୁଗୁଡ଼ା ଭଳି ଅଞ୍ଚଳରେ ମଧ୍ୟ ସୋମବାର ବହଳ ବର୍ଷା ହୋଇଛି ।
ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଧିକ ରହିଛି । ଏହି ସମୟରେ ଲଘୁଚାପଜନିତ ବର୍ଷାର ପ୍ରଭାବ ଅଧିକ ରହିବ । ଫଳରେ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଅନୁଗୁଳ ଓ ଦେଓଗଡ଼କୁ ବର୍ଷା ସମ୍ଭାବନା ରହିଛି । ଏହାବାଦ୍ ରାଜ୍ୟର ଅନ୍ୟ ବିଭିନ୍ନ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ସୃଷ୍ଟି ଲଘୁଚାପ ସକାଶେ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିଛି । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୫ ତାରିଖ ଯାଏଁ ଗଭୀର ସମୂୂଦ୍ରକୁ ମାଛ ଧରିବାକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଅନ୍ୟପଟେ ଆସନ୍ତା ୨ରୁ ୩ ଦିନ ଯାଏ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ । ଫଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।



