Breaking PLUSଓଡ଼ିଶାମୁଖ୍ୟ ଖବର

ଯବାନ ସ୍ୱାମୀଙ୍କ ନାରକୀୟ କାଣ୍ଡ, ସ୍ତ୍ରୀକୁ ଲୁହା ରଡରେ ପିଟି ପିଟି ହତ୍ୟା

ସ୍ତ୍ରୀର ଚରିତ୍ରକୁ ସନ୍ଦେହ ସ୍ବାମୀକୁ ସଜାଇଦେଲା ସୈତାନ । ଶେଷରେ ରକ୍ତମୁଖା ପାଲଟିଗଲା ସ୍ବାମୀ । ଆଉ ଶ୍ବଶୁର ଘରେ ପଶି ଫ୍ୟାନ ରଡ଼ରେ ପତ୍ନୀକୁ ପିଟି ପଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ହତ୍ୟାକାଣ୍ଡ ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ ସ୍ବାମୀକୁ ସଜାଇଦେଲା ସୈତାନ । ଶେଷରେ ରକ୍ତମୁଖା ପାଲଟିଗଲା ସ୍ବାମୀ । ଆଉ ଶ୍ବଶୁର ଘରେ ପଶି ଫ୍ୟାନ ରଡ଼ରେ ପତ୍ନୀକୁ ପିଟି ପଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ହତ୍ୟାକାଣ୍ଡ ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସହରର ବାଜିଚୌକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୨୮ବର୍ଷର ମମତା ମହାଳିକ । ଅଭିଯୁକ୍ତ ସ୍ବାମୀ ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି ।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଲପୁର ଗ୍ରାମରେ ସତ୍ୟବ୍ରତଙ୍କ ଘର । ତେବେ ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ପିଟ କରନ୍ତି । ମାତ୍ର ଅଧିକ ଯୌତୁକ ପାଇଁ ମାଡ଼ପିଟ କରନ୍ତି ବୋଲି ମମତାଙ୍କ ବାପଘରଲୋକେ ପ୍ରକାଶ କରନ୍ତି । ଫଳରେ ମମତା ତାଙ୍କର ଦୁଇ ଶିଶୁ ପୁଅ ସହ ପ୍ରାଣ ବିକଳରେ ନିଜ ବାପା-ମା’ଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏପରିକି ସ୍ବାମୀର ଭୟରେ ଗାଁ ଛାଡି ବାପା-ମା’ଙ୍କ ସହ ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଏକ ଭଡା ଘରେ ରହୁଥିଲେ । ତେବେ ସତ୍ୟବ୍ରତ ଗତ କିଛିଦିନ ହେଲେ ଚାକିରୀରୁ ଗାଁକୁ ଆସିଥିବାବେଳେ ସୁଯୋଗ ଖୋଜୁଥିଲେ ।

ଏପରି ସ୍ଥଳେ ଛକି ରହିଥିବା ସତ୍ୟବ୍ରତ ଆଜି ଭୋର ସମୟରେ ଏହି ଭଡାଘରେ ପଶି ମମତାଙ୍କୁ ଏକ ଫ୍ୟାନ ରଡ଼ରେ ପିଟି ପିଟି ହତ୍ୟା କରିଥିବା ପ୍ରକାଶ କରିଛନ୍ତି ମୃତ ମମତାଙ୍କ ବାପଘର ଲୋକେ । ଏପରିକି ପୂର୍ବରୁ ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ନେଇ ମମତା ତାଙ୍କ ବାପଘର ଲୋକେ ଜ୍ବାଇଁଠାରୁ ଅସୁରକ୍ଷିତ ହୋଇ ଢେଙ୍କାନାଳ ସହରରେ ଆସି ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମୃତା ମମତାଙ୍କୁ ଭାଇ ।

Show More

Related Articles

Back to top button