
ସେପ୍ଟେମ୍ୱରରେ କରୋନାର ତୃତୀୟ ଲହର ଆସିପାରେ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ବର୍ତ୍ତମାନର ସଂକ୍ରମଣ ହାରକୁ ଦେଖି ଏହି ଆକଳନ କରାଯାଇଛି । କୋଭିଡ୍ ସଂକ୍ରମିତ ଗୁରୁତର ହେବା ଆଶଙ୍କା ଥିବାରୁ ପ୍ରସ୍ତୁତ ରହିବାକୁ ସୁପାରିଶ କରିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ପ୍ରତି ଶହେ କୋଭିଡ୍ ସଂକ୍ରମିତଙ୍କ ଭିତରୁ ୨୩ ଜଣ ମେଡିକାଲରେ ଭର୍ତ୍ତି ହୋଇପାରନ୍ତି । କୋଭିଡ୍ ସଂକ୍ରମିତ ଗୁରୁତର ହେବା ଆଶଙ୍କା ଥିବାରୁ ପ୍ରସ୍ତୁତ ରହିବାକୁ ସୁପାରିଶ କରିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । । ସେପ୍ଟେମ୍ବର ବେଳକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ଲକ୍ଷ ଛୁଇଁପାରେ ବୋଲି ଆକଳନ କାଯାଇଛି । ଏପରି ସ୍ଥିତିରେ ଆସନ୍ତା ମାସ ସୁଦ୍ଧା ୨ଲକ୍ଷ ICU ବେଡ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ମଧ୍ୟରୁ ୧ଲକ୍ଷ ୨୦ହଜାର ICU ବେଡ୍ ପାଇଁ ଭେଣ୍ଟିଲେଟର ଜରୁରୀ ପଡିପାରେ । ୭ ଲକ୍ଷ ବିନା ଆଇସିୟୁ ବେଡ୍ ଜରୁରୀ ଥିବାବେଳେ ୫ଲକ୍ଷ ବେଡ୍ ପାଇଁ ଅକ୍ସିଜେନ୍ ସପ୍ଲାଇ ଜରୁରୀ ବୋଲି କୁହାଯାଇଛି । ୧୦ଲକ୍ଷ କୋଭିଡ୍ ଆଇସୋଲେସନ୍ ବେଡ୍ ଆବଶ୍ୟକ ହୋଇପାରେ ବୋଲି ନୀତି ଆୟୋଗ ସଦସ୍ୟ ଆକଳନ କରିଛନ୍ତି ।ସେପଟେ ପିକ୍ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଯେସନ 100 ରେ 23 ରହିବ ବୋଲି ଆକଳନ କରାଯାଇଛି । ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଯେସନ ଅଧିକ ନାହିଁ । 12 ରୁ 13 ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର । ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ । ଶିଶୁ ମାନଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ । ସବୁ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବଧାନ କରିବୁ । ଶିଶୁ ଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁ ମାନଙ୍କର ଏବେ ସିଭିୟରିଟି ବେଶି ନାହିଁ । ମାତ୍ର ଆମେ ୟାକୁ କୋହଳ ଭାବେ ନେବା ନାହିଁ । ତେଣୁ ସ୍କ୍ରିନିଂ କୁ ଆମେ ଚାଲୁ ରଖିବୁ । ଆମେ ଶିଶୁ ମାନଙ୍କର ଦୈନିକ ସଂକ୍ରମଣ ହାରକୁ ସମୀକ୍ଷା କରୁଛୁ । ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟର କୁ ଯାଇନାହାନ୍ତି । ବହୁତ କମ ଶିଶୁଙ୍କୁ ଅକ୍ସିଜେନ ଦରକାର ଥିଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।



