Breaking PLUSଦେଶନିଯୁକ୍ତିବାଣିଜ୍ୟମୁଖ୍ୟ ଖବରରାଜନୀତି

କଣ୍ଟେନର ନିର୍ମାଣ ଶିଳ୍ପକୁ ୧୦ ହଜାର କୋଟିର ପ୍ରୋତ୍ସାହନ

ଦେଶରେ କଣ୍ଟେନର ନିର୍ମାଣ ଶିଳ୍ପର ବିକାଶ ଓ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନା (ସିଏମ୍‌ପିଏସ୍‌)କୁ ଅନୁମୋଦନ କରିଛି। ଏହା ୨୦୩୯-୪୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହି ଯୋଜନା ଅଧୀନରେ ନୂଆ କଣ୍ଟେନର କାରଖାନା ପ୍ରତିଷ୍ଠା ଏବଂ ଥିବା କାରଖାନାଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ଆର୍ଥିକ ସହାୟତା ମିଳିବ। ଯୋଗ୍ୟ ଋଣ ଉପରେ ବାର୍ଷିକ ୩ ପ୍ରତିଶତ ସୁଧ ରିହାତି ପାଇଁ ୮୫୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ସ୍ୱଦେଶୀ ନିର୍ମାତାଙ୍କ ଉତ୍ପାଦନ ଓ ବିକ୍ରିକୁ ପ୍ରୋତ୍ସାହନ ଦେବା ପାଇଁ ପରିଚାଳନାଗତ ବ୍ୟୟ ସହାୟତା ବାବଦରେ ୮,୮୯୧ କୋଟି ଟଙ୍କା ରଖାଯାଇଛି।

କଣ୍ଟେନରର ପରୀକ୍ଷଣ ଓ ପ୍ରମାଣୀକରଣ ସୁବିଧା ବିକାଶ ପାଇଁ ଅତିରିକ୍ତ ୧୫୦ କୋଟି ଟଙ୍କା ବ୍ୟୟ ହେବ। ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍‌ରେ ଏହି ଯୋଜନା ଘୋଷଣା କରାଯାଇଥିଲା।

ଯୋଜନା ମାଧ୍ୟମରେ ଦେଶର ବାର୍ଷିକ କଣ୍ଟେନର ନିର୍ମାଣ କ୍ଷମତାକୁ ପ୍ରାୟ ୭.୫ ଲକ୍ଷ ଟିଇୟୁ ପର୍ଯ୍ୟନ୍ତ ବଢ଼ାଇବା ଲକ୍ଷ୍ୟ ରହିଛି। ଏହାଦ୍ୱାରା ଭାରତକୁ କଣ୍ଟେନର ରପ୍ତାନିର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ସହ ସାମୁଦ୍ରିକ ପରିବହନ ଓ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବାର ଆଶା ରହିଛି। ଏଥିସହ ପ୍ରାୟ ୩,୦୦୦ ପ୍ରତ୍ୟକ୍ଷ ଏବଂ ୫୦ ହଜାରରୁ ଅଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆକଳନ କରାଯାଇଛି।

Show More

Related Articles

Back to top button