ଏୟାରପୋର୍ଟରେ କଡ଼ାକଡ଼ି ହୋଇଛି କରୋନା କଟକଣା, ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ । ଏନେଇ ଏୟାରପୋର୍ଟ ଉପରେ ମଧ୍ୟ ନଜର ରଖାଯାଇଛି । ବିଦେଶୀ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନ କଣ୍ଟ୍ରୋଲ ବ୍ୟବସ୍ଥା ସହ ସମସ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଚିହ୍ନଟ ହେବା ପରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର କଠୋର ହୋଇଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଚିନ୍ତା ବଢିବା ଆଶଙ୍କାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି । ଏଥିସହ ବିମାନବନ୍ଦର ଉପରେ ମଧ୍ୟ କଡା ନଜର ରଖାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ସର୍ଭିଲାନ୍ସ କରାଯାଉଛି । ସବୁ ଯାତ୍ରୀଙ୍କ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ସହ ବାହାରୁ ଆସିଲେ ଟେଷ୍ଟିଂ ଏବଂ ଜିନମ ସିକ୍ୱେନ୍ସ କରାଯିବ । ଏଥିସହ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।