Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

୫୬ ବର୍ଷରେ ନିଧି ରଜଦାନଙ୍କୁ ଦ୍ୱିତୀୟ ବିବାହ କଲେ ଓମାର ଅବଦୁଲ୍ଲା

ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ବରିଷ୍ଠ ସାମ୍ବାଦିକା ନିଧି ରଜଦାନଙ୍କ ବିବାହକୁ ନେଇ ଚର୍ଚ୍ଚା। ଅକ୍ଟୋବର ୩୦ ତାରିଖ ଶୁକ୍ରବାର ଉଭୟ ବିବାହ କରିଥିବା ବେଳେ ଶନିବାର ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ଖବର ସାର୍ବଜନୀନ କରିଛନ୍ତି। ଓମାର ଫଟୋ ସହ ‘ଗତକାଲି ଏକ ନୂଆ ଯାତ୍ରା ଆରମ୍ଭ ହେଲା’ ବୋଲି ଲେଖିଛନ୍ତି। ନିଧି ମଧ୍ୟ ‘ଇଟ୍ସ ଡନ୍ ବ୍ରୋ’ ବୋଲି ପୋଷ୍ଟ କରିଛନ୍ତି।

୫୬ ବର୍ଷୀୟ ଓମାରଙ୍କ ଏହା ଦ୍ୱିତୀୟ ବିବାହ। ତାଙ୍କ ପ୍ରଥମ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ସହ ଜୁଲାଇ ୩୧, ୨୦୨୬ରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆପୋସ ସହମତିରେ ଛାଡ଼ପତ୍ର ହୋଇଥିଲା। ୧୯୯୪ରେ ବିବାହ କରିଥିବା ଓମାର ଓ ପାୟଲଙ୍କର ଦୁଇ ପୁଅ ଜାହିର ଓ ଜମିର ଅଛନ୍ତି। ଉଭୟ ୨୦୦୯ରୁ ଅଲଗା ରହୁଥିଲେ।

ଅନ୍ୟପକ୍ଷରେ, ନିଧି ରଜଦାନ ଦୀର୍ଘ ବର୍ଷ ଧରି ଏନ୍‌ଡିଟିଭିରେ ସାମ୍ବାଦିକା ଓ ନ୍ୟୁଜ୍‌ ଆଙ୍କର ଭାବେ କାର୍ଯ୍ୟ କରିଛନ୍ତି। ଉଭୟଙ୍କ ବିବାହ ଉତ୍ସବରେ ଦୁଇ ପରିବାରର ସଦସ୍ୟ ଓ ନିକଟ ସମ୍ପର୍କୀୟ ଯୋଗ ଦେଇଥିବା ରିପୋର୍ଟରେ କୁହାଯାଇଛି।

Show More

Related Articles

Back to top button