Breaking PLUSଦେଶମୁଖ୍ୟ ଖବର
ଦେଶରେ ଚିହ୍ନଟ ହେଲେ ୭ହଜାର ୪୪୭ ନୂତନ କାରୋନା ପଜିଟିଭ

ଦେଶରେ ଉପରତଳ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୭ହଜାର ୪୪୭ କରୋନା ସଂକ୍ରମିତ । ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି । ଏହା ସହ ଆଜି ଦେଶରେ ୩୯୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୭୬ହଜାର ୮୬୯କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ୮୬ହଜାର ୪୧୫ କାରୋନା ଜନିତ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ଦେଶରେ ୩କୋଟି ୪୧ଲକ୍ଷ ୬୨ହଜାର ୭୬୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ପେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।