Breaking PLUSଦେଶମୁଖ୍ୟ ଖବରରାଜନୀତି

ଅକ୍ଟୋବର ୪ରେ ରାଜ-ଉଦ୍ଧବଙ୍କ ମୋର୍ଚ୍ଚା, ଇସି ବିରୋଧରେ ଏକାଠି

 

ମୁମ୍ବାଇ: ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଅକ୍ଟୋବର ୪ରେ ମୁମ୍ବାଇରେ ମୋର୍ଚ୍ଚା କରିବେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ଓ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ମଙ୍ଗଳବାର ଉଭୟ ନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରୂପରେଖ ଘୋଷଣା କରିଛନ୍ତି।

ରାଜ ଠାକରେ କହିଛନ୍ତି, ଏହା କୌଣସି ଗୋଟିଏ ଦଳର କାର୍ଯ୍ୟକ୍ରମ ନୁହେଁ, ବରଂ ନାଗରିକଙ୍କ ସାମୂହିକ ସ୍ୱର। ଅନ୍ୟ ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଏଥିରେ ସାମିଲ ହେବାକୁ ଆମନ୍ତ୍ରଣ କରାଯିବ। ମୋର୍ଚ୍ଚାରେ ଏମ୍‌ଏନ୍‌ଏସ୍‌ କିମ୍ବା ଶିବସେନା (ୟୁବିଟି)ର ପତାକା ବ୍ୟବହାର ନକରି କେବଳ ଜାତୀୟ ପତାକା ଧରିବାକୁ ଆହ୍ୱାନ ଦିଆଯାଇଛି।

ଘୋଷଣା ଅନୁଯାୟୀ, ମୋର୍ଚ୍ଚା ବାଇକୁଲ୍ଲାର ରିଚାର୍ଡସନ୍‌ ଆଣ୍ଡ କ୍ରୁଡାସ୍‌ ପରିସରରୁ ଆରମ୍ଭ ହୋଇ ବିଏମ୍‌ସି ମୁଖ୍ୟାଳୟ ଅଭିମୁଖେ ଯିବ ଏବଂ ପରେ ଏହା ସାଧାରଣ ସଭାରେ ପରିଣତ ହେବ। ରାଜ ଠାକରେ ଏସ୍‌ଆଇଆର୍‌ ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ନିଜ ଆପତ୍ତି ଜଣାଇଥିବା ବେଳେ ଉଦ୍ଧବ ଠାକରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛନ୍ତି।

ଏହାସହ ଅକ୍ଟୋବର ୨ରେ ମୁମ୍ବାଇରେ ‘କକ୍ରୋଚ୍‌ ଜନତା ପାର୍ଟି’ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନକୁ ମଧ୍ୟ ଉଦ୍ଧବ ସମର୍ଥନ ଜଣାଇଛନ୍ତି।

Show More

Related Articles

Back to top button