Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ପଶ୍ଚିମବଙ୍ଗରେ ଏନଆଇଏର ଚଢ଼ାଉ, ୪ ଗିରଫ

 

କୋଲକାତା: ସନ୍ଦିଗ୍ଧ ଆତଙ୍କୀ ସମ୍ପର୍କ ଅଭିଯୋଗରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢ଼ାଉ କରିଛି ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)। ଏହି ମାମଲାରେ ଦିନକ ମଧ୍ୟରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଙ୍ଗଳକୋଟ ଥାନା ଅଧୀନ ପାଲିଶଗ୍ରାମର ଏକ ମସଜିଦର ଇମାମ ପିଆର ମହମ୍ମଦ ଶେଖ ରହିଛନ୍ତି। ଅନ୍ୟମାନେ ହେଲେ ଦକ୍ଷିଣ ୨୪ ପ୍ରଗଣାର ମିଠାପୁକୁରରୁ ଜୁମ୍ମନ ଶେଖ, ବାଲାରାମପୁରରୁ ଶାହରୁଲ ପୁରକାଇତ ଏବଂ ନରେନ୍ଦ୍ରପୁରରୁ ଅବଦୁଲ ରଫିକ୍।

ଏନଆଇଏ ପକ୍ଷରୁ ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ତଲାସୀ କରାଯାଇଥିଲା। ବାଂଲାଦେଶ ଭିତ୍ତିକ ନିଷିଦ୍ଧ ସଂଗଠନ ଜମାତ-ଉଲ୍-ମୁଜାହିଦିନ୍ ବାଂଲାଦେଶ (ଜେଏମବି)ର ସ୍ଲିପର ସେଲ୍‌ ସମ୍ପର୍କରେ ତଦନ୍ତର ଅଂଶ ଭାବେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି।

ନିକଟରେ ଆସାମରେ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା ବେଳେ ପଶ୍ଚିମବଙ୍ଗରେ ଜେଏମବିର ଏକ ମଡ୍ୟୁଲ ସକ୍ରିୟ ଥିବା ସୂଚନା ମିଳିଥିଲା। ତାଙ୍କଠାରୁ ଜବତ ଦସ୍ତାବିଜ ଆଧାରରେ ଏନଆଇଏ ମଙ୍ଗଳବାର ଚଢ଼ାଉ କରିଥିବା କୁହାଯାଇଛି।

ତଦନ୍ତକାରୀଙ୍କ ଦାବି ଅନୁସାରେ, ଜେଏମବି ପଶ୍ଚିମବଙ୍ଗରେ ସ୍ଲିପର ସେଲ୍‌ ଗଠନ ପାଇଁ ଯୁବକମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିଲା। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Back to top button