ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ
ଭଗବାନଙ୍କ କୃପାରୁ ବର୍ତ୍ତିଗଲେ ରେଳ ଧାରଣାରେ ପଡିଥିବା ଯୁବକ

ରାଜସ୍ଥାନ ସୱାଇ ମାଧେପୁରରେ ଏକ ମାଲବାହୀ ଟ୍ରେନ ଯୁବକଙ୍କ ଉପରେ ଚଢିଚାଲି ଯିବା ସୂଚନା ମିଳିଛି । ସୂଚନା ଅନୁସାରେ ରେଳ ଧାରଣାରେ ଶୋଇରହିଥିବା ଯୁବକ ଜଣଙ୍କର କିଛି ବି କ୍ଷତି ହୋଇନାହିଁ । ବିଶାଳ ଲୌହା ଦାନବ, ହେଲେ ଯୁବକଙ୍କର କିଛି ବି ହେଲାନି । ଭଗବାନଙ୍କ କୃପାରୁ ସେ ବର୍ତ୍ତିଗଲେ । ଏ ଘଟଣା ରାଜସ୍ଥାନର ସୱାଇ ମାଧୋପୁରରେ ଘଟିଥିବାବେଳେ ଏହି ଦୃଶ୍ୟ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ରେଳ ଧାରଣାରେ ପଡିଥିବା ଯୁବକଙ୍କ ନାମ ଦଳଚନ୍ଦ ମହାୱର,ତାଙ୍କର ବୟସ ୨୭ ବର୍ଷ, ସେ ଗଙ୍ଗାପୁର ସହରରେ ନାସିୟା କଲୋନିରେ ରହୁଥିବା ଜଣାପଡିଛି । ସେ ଯୁବକ ଜଣକ ପ୍ରତିଦିନ ମଦ୍ୟପାନ କରୁଥିବା ସୂଚନା ମିଳିଛି । ସେଦିନ ବି ସେ ମଦ୍ୟପାନ କରି ରେଳଧାରଣା ଅତିକ୍ରମ କରୁଥିବା ବେଳେ ପଡି ଯାଇଥିଲା । ତା ମୁଣ୍ଡରେ ଆଘାତ ଲାଗିବାରୁ ସେ ଅଚେତ ଅବସ୍ଥାରେ ପଡିରହିଥିଲା । ସେହି ସମୟରେ ତା ମୁଣ୍ଡରେ ମାଲବାହୀ ରେଳ ଚଢି ଚାଲିଯାଇଥିଲା । ସୌଭାଗ୍ୟବଶତଃ ତା ଶରୀରରେ କୌଣସି ଆଘାତ ଲାଗିନଥିଲା ଏବଂ ସେ ବଞ୍ଚିଯାଇଛି ।