ଆଜିର ଖବର
ଯାଜପୁର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟ ଭୋଟବେଳେ ଯେଭଳି ହିଂସା ହୋଇଥିଲା,
ଖବର ଆଜିର
ତାରିଖ ୨୧-୦୨-୨୦୨୨/ସୋମବାର
୧_ଯାଜପୁର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟ ଭୋଟବେଳେ ଯେଭଳି ହିଂସା ହୋଇଥିଲା, ତୃତୀୟ ପର୍ଯ୍ୟାୟ ତାକୁ ବଳିଗଲା। ଦୁର୍ବୃତ୍ତମାନେ ସାମ୍ବାଦିକ, ପୁଲିସ ଓ ବିଡିଓଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇଲେ ନାହିଁ। ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍ରେ ବୁଥ୍ ଜବରଦଖଲ, ଆକ୍ରମଣ, ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଥିଲା।
୨-ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ କ୍ଲିନ ସୁଇପ କଲା ଭାରତ। ଶେଷ ମ୍ୟାଚକୁ ୧୭ରନ୍ରେ ଜିତି ୩-୦ରେ ସିରିଜ କ୍ଲିନ ସୁଇପ କଲା ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪/୫ ସ୍କୋର କରିଥିବାବେଳେ ୱେଷ୍ଟଇଣ୍ଡିଜ ୧୬୭/୯ ସ୍କୋର କରିବାରେ ସଫଳ ହୋଇଥିଲା। ହର୍ଷଲ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଶାର୍ଦ୍ଦୁଳ, ଦୀପକ, ଭେଙ୍କେଟଶ ୨ଟି ଲେଖାଏଁ ୱିକେଟ ନେଇଥିଲେ।
୩–ମୋବାଇଲ୍ରୁ ପ୍ରମାଣ ଖୋଜିବ ସିବିଆଇ: ନିଜ ଇ-ମେଲ୍ ଆଇଡି, ପାସ୍ୱାର୍ଡ ମନେ ରଖିନାହାନ୍ତି ଚିତ୍ରା ।
୪-ତୃତୀୟ ପର୍ଯ୍ୟାୟରେ ଭୋଟ୍ ବେଳେ ବ୍ୟାପକ ହିଂସା: କେନ୍ଦ୍ରାପଡ଼ାରେ ପୁଲିସକୁ ପିଟିଲେ, ଭଦ୍ରକରେ ଭୋଟ୍ ବାକ୍ସ ପୋଖରୀକୁ ଫିଙ୍ଗିଦେଲେ ।
୫-ଭୋଟ ତାଲିକାରେ ନାହିଁ ନାଁ: ତାତିଲେ ଡଙ୍ଗରିଆ, ଭୋଟ ବାକ୍ସ ଲୁଟିଲେ, ତହସିଲଦାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଫେରିଲା ବାକ୍ସ ।
୬-ଆଦିବାସୀଙ୍କ ଶିକ୍ଷା, ସାମାଜିକ ବିକାଶ ପାଇଁ ବୁଝାମଣା: ୧୦ ବର୍ଷ ଏକାଠି କାମ କରିବେ କାର୍ଡ ଓ ପଶ୍ଚିମବଙ୍ଗର ଅନୁଷ୍ଠାନ ।
୭-ଶ୍ରୀମନ୍ଦିରରେ ଆଜିଠୁ କଟକଣାମୁକ୍ତ ଦର୍ଶନ ।
୮-ବେଦାନ୍ତରୁ ଶସ୍ତାରେ ବିଜୁଳି କିଣିବା ପ୍ରସଙ୍ଗ: ଶୁଣାଣି ସ୍ଥଗିତ, ଏପ୍ରିଲ ୧୨ରେ ପରବର୍ତ୍ତୀ ଶୁଣାଣି ।
୯-ଅଧାରେ ଅଟକିଲା କାରକେଡ୍: ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ଅଭିବାଦନ ଜଣାଇଲେ ରାଷ୍ଟ୍ରପତି।
୧୦-୬ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଲେ ରାଷ୍ଟ୍ରପତି: ପୁସ୍ତକ ଉପହାର ଦେଲେ ପ୍ରତିଭା ରାୟ, ସୁଦର୍ଶନ ସାହୁ ଦେଲେ ‘ଲକ୍ଷ୍ମୀ ମୂର୍ତ୍ତି’ ।
୧୧-ପୁରୀରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱକୁ କରୋନା ମୁକ୍ତ କରିବାକୁ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା ।
୧୨-ଭାରତୀୟ ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ! ଫେବ୍ରୁଆରୀରେ ଏବେ ଯାଏଁ ୧୮,୮୫୬ କୋଟି ପ୍ରତ୍ୟାହାର କରିଛି FPI
୧୩-ଅସ୍ତ୍ର ବିରତିରେ ବିରାମ ଲଗାଇବାକୁ ନିର୍ଦ୍ଦେଶ ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି, ଶାନ୍ତି ପାଇଁ କଲେ ଅପିଲ୍ ।
୧୪-ଅହମ୍ମଦାବାଦ ବ୍ଲାଷ୍ଟ: ଦୋଷୀଙ୍କୁ ସମାଜରେ ରହିବାର ଅନୁମତି ଦେବା, ମଣିଷଖିଆ ଚିତାବାଘକୁ ଖୋଲା ଛାଡିବା ପରି ସମାନ- କୋର୍ଟ ।
୧୫-ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ । ରଙ୍ଗେଇଲୁଣ୍ଡାରୁ ଆସିଲା ସାଂଘାତିକ ଅଭିଯୋଗ ।
୧୬-ପଞ୍ଚାୟତ ନିର୍ବାଚନ: ବିଞ୍ଝାରପୁର ଓ କେରେଇରେ ୧୪ଟି ବୁଥ୍ରେ ସାନି ମତଦାନ ପାଇଁ ପ୍ରସ୍ତାବ ।