
ଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରଚଣ୍ଡ ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଯାଇଛି ସଜେଇ ହୋଇ ରହିଥିବା ବିବାହ ମଣ୍ଡପ ଏବଂ ଆଖପାଖରେ ଥିବା ଗାଡି ମଟର । ନିଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ପ୍ରବଳ ଧୂଆଁ ମଧ୍ୟ ବ୍ୟାପିଯାଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ , ଗୁରୁବାର ଅପରାହ୍ନ ୨ଟା ସମୟରେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅଚାନକ ଏକ ସାଜସଜ୍ଜା ହୋଇ ରହିଥିବା ବିବାହ ମଣ୍ଡପରେ ନିଆଁ ଲାଗିଯାଇଥିଲା । ଆଖପାଖରେ ଥିବା ଶହ ଶହ ସଂଖ୍ୟାର ଗାଡିଗୁଡିକ ମଧ୍ୟ ଏହି ନିଆଁରେ ପୋଡିଯାଇଛି। ଖବର ପାଇ ଘଟଣାସ୍ଥଳରେ ୧୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ପ୍ରାୟ ଦେଢ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କାଠରେ ନିର୍ମିତ ହୋଇଥିବା ବିବାହ ମଣ୍ଡପଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ,କ୍ଷୟକ୍ଷତି ଏବଂ ମୃତାହତକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।