RRR ର ସଫଳତା ପରେ ପୂରା ଟିମକୁ ଉପହାର ଦେଲେ ରାମଚରଣ
ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦ କୋଟିର ବ୍ୟବସାୟ କରିଛି।

ଏସଏସ୍ ରାଜାମୌଲି ଜଣେ ଚମତ୍କାର ନିର୍ଦ୍ଦେଶକ। ଏହାର ଉଦାହରଣ ବାହୁବଲୀ ପରେ ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘RRR’ । ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦ କୋଟିର ବ୍ୟବସାୟ କରିଛି। ଫିଲ୍ମର ସଫଳତାକୁ ନେଇ ରାମ ଚରଣ ଖୁସି ହୋଇ ଏପରି କାର୍ଯ୍ୟ କରିଛନ୍ତି ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫିଲ୍ମ ‘RRR’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବା ସହିତ ସୋସିଆଲ ମିଡିଆରେ ବହୁ ପ୍ରଶଂସା ଲାଭ କରିଛନ୍ତି । ଏହି ଫିଲ୍ମରେ ସାଉଥର ଦୁଇ ବଡ ଷ୍ଟାର ରାମ ଚରଣ ଏବଂ ଜୁନିଅର୍ ଏନଟିଆର୍ ନଜର ଆସିଛନ୍ତି। ଦୁହେଁ ନିଜର ଦମଦାର୍ ଅଭିନୟ ମାଧ୍ୟମରେ ଫିଲ୍ମରେ ଚାରଚାନ୍ଦ ଲଗାଇ ଦେଇଛନ୍ତି। ଫିଲ୍ମଟି ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମରେ ଖୁସିରେ ରାମ ଚରଣ ପୁରା ଟିମକୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ରାମ ଚରଣ ଫିଲ୍ମର ‘RRR’ ଟିମକୁ ଏକାଠି ଡାକି ଉପହାର ସ୍ୱରୂପ ସ୍ୱତନ୍ତ୍ର ସୁନା ମୁଦ୍ରା ଦେଇଛନ୍ତି । ରାମ ଚରଣ ଏହି ମୁଦ୍ରାକୁ ୩୫ ୟୁନିଟ୍ ସଦସ୍ୟଙ୍କୁ ଉପହାର ଦେଇଛନ୍ତି। ସେ ସମସ୍ତଙ୍କୁ ହାଇଦ୍ରାବାଦସ୍ଥିତ ତାଙ୍କ ଘରକୁ ବ୍ରେକଫାଷ୍ଟ ପାଇଁ ନିମନ୍ତ୍ରଣ କରି ମିଠା ସହିତ ସେମାନଙ୍କୁ ସୁନା ମୁଦ୍ରା ଉପହାର ଦେଇଛନ୍ତି। ଏପରି ମହଙ୍ଗା ଉପହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁହାଯାଉଛି ପ୍ରତ୍ୟେକ ମୁଦ୍ରା ପ୍ରାୟ ୧୧.୬ ଗ୍ରାମ୍। ପ୍ରତ୍ୟେକ ମୁଦ୍ରାର ମୂଲ୍ୟ ୫୫,୦୦୦ ରୁ ୬୦,୦୦୦ ମଧ୍ୟରେ । ଏହି ମୁଦ୍ରାର ଗୋଟିଏ ପଟେ ରାମ ଚରଣଙ୍କ ନାମ ଏବଂ ଅନ୍ୟ ପଟେ ‘RRR’ ର ସାଇନ୍ ତିଆରି ହୋଇଛି।