ଦେଶବଲିଉଡବ୍ୟକ୍ତିତ୍ୱସେଲିବ୍ରିଟିସ୍ୱତନ୍ତ୍ର

ଏପ୍ରିଲ୧୪ ପରିବର୍ତ୍ତେ ୨୨ରେ ରିଲିଜ୍ ହେବ “ଜର୍ସି’

ଫିଲ୍ମ ଜର୍ସି ପାଇଁ ଅପେକ୍ଷାରେ ପ୍ରଶଂସକ

ମୁମ୍ବାଇ : ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଜର୍ସି’ର ରିଲିଜ୍ ତାରିଖରେ ହେଲା ପରିବର୍ତ୍ତନ । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ୨୨ ଏପ୍ରିଲରେ ପ୍ରେକ୍ଷାଳୟକୁ ଆସିବ ବୋଲି ନିର୍ମାତାମାନେ ନିଷ୍ପତ୍ତି ନେଇଛନ୍ତି ।ଚଳଚିତ୍ରର ସମାଲୋଚକ ତାରନ ଆଦର୍ଶ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଫିଲ୍ମର ରିଲିଜ୍‌ ତାରିଖ ସହିତ କ୍ୟାପସନରେ ଲେଖିଛନ୍ତି , ନିର୍ମାତାମାନେ ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରକୃତରେ କହିବାକୁ ଗଲେ, ଥାଲାପାଥି ବିଜୟଙ୍କ “ବିଷ୍ଟ’ ଏପ୍ରିଲ ୧୩ ରେ ଏବଂ ୟଶଙ୍କ ଫିଲ୍ମ “କେଜିଏଫ ପାର୍ଟ -୨’ ଏପ୍ରିଲ ୧୪ ରେ ରିଲିଜ ହେଉଛି । ଏହି ଦୁଇଟି ଚଳଚ୍ଚିତ୍ର ଜର୍ସି ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିଲା । ଯେଉଁଥି ପାଇଁ ପିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଛି ।

ଫିଲ୍ମ ଜର୍ସି ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଶାହିଦ ଏହି ଫିଲ୍ମରେ ଜଣେ ସଂଘର୍ଷ କରୁଥିବା କ୍ରିକେଟର ଭୂମିକାରେ ନଜର ଆସିବେ । ମୃଣାଳ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

Show More

Related Articles

Back to top button