ଋଷିଆରେ ବ୍ୟବସାୟ ବନ୍ଦ କଲା ‘ନୋକିଆ’

ଟେଲିକମ ଉପକରଣ ନିର୍ମାତା ନୋକିଆ ଋଷ ବଜାରରେ ତାର ବ୍ୟବସାୟକୁ ବନ୍ଦ କରିଛି ବୋଲି ତାର ସିଇଓ ଖବର ସରବରାହ ସଂସ୍ଥା ରୟେଟର୍ସକୁ କହିଛନ୍ତି । ସେହିପରି ତାର ପ୍ରତିଦ୍ୱନ୍ଦି ଏରିକସନ ଗୋଟିଏ ପାଦ ଆଗକୁ ଯାଇ ସୋମବାର କହିଛି ସେ ଋଷରେ ନିଜର ବ୍ୟବସାୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି।
ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ ଓ ମସ୍କୋ ବିରୋଧରେ ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରତିବନ୍ଧକ ଲାଗୁ ହୋଇଥିବାରୁ ଅନେକ ବିଦେଶୀ କମ୍ପାନୀ ଏବେ ଋଷ ସହିତ ସମ୍ପର୍କ ବନ୍ଦ କରୁଛନ୍ତି। ଯେତେବେଳେ ଦୂର ସଞ୍ଚାର ସହିତ ଅନେକ ମାନବୀୟ ବା ସମ୍ବନ୍ଧିତ କ୍ଷେତ୍ରରେ ବା ଆଧାରରେ କିଛି ପ୍ରତିବନ୍ଧକ ପରେ କଟକଣା ଲଗାଗଲା ସେତେବେଳେ ଋଷ ଛାଡ଼ିବା ଏକ ମାତ୍ର ବିକଳ୍ପ ଥିଲା ବୋଲି ନୋକିଆ କହିଛି ।
ସିଇଓ ପେକ୍କୋ ଲୁଣ୍ଡମାର୍କ ଏକ ସାକ୍ଷାତକାରରେ କହିଛନ୍ତି “ବର୍ତ୍ତମାନ ପରିସ୍ଥିତିରେ ଦେଶରେ ବ୍ୟବସାୟ ଚାଲୁ ରଖିବାର କୌଣସି ସମ୍ଭାବନା ନାହିଁ”। ସେ ଆହୁରି କହିଛନ୍ତି ନୋକିଆ ସେଠାରୁ ବ୍ୟବସାୟ କରିବା ବନ୍ଦ କରିବା ପରେ ମଧ୍ୟ ଗ୍ରାହକମାନେ ସମର୍ଥନ କରିବା ଜାରି ରଖିବେ ଓ ଏବେ ୱିଡ୍ରାଲ ପାଇଁ କେତେ ସମୟ ଲାଗିବ ଏହା କହିବା ସମ୍ଭବ ନୁହେଁ। ବର୍ତ୍ତମାନ ଥିବା ପ୍ରତିବନ୍ଧକକୁ ପାଳନ କରି ରିଲିଭାଣ୍ଟ ଲାଇସେନ୍ସ ପାଇଁ ନୋକିଆ ଗ୍ରାହକମାନଙ୍କୁ ସମର୍ଥନ କରିବା ପାଇଁ ଆବେଦନ କରିଛି ବୋଲି ଏକ ବୟାନରେ କୁହାଯାଇଛି।