Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ଭୋଟର ତାଲିକାରୁ ନାଁ କାଟିବା ଅଭିଯୋଗ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ: ଭୋଟର ତାଲିକାରୁ ନାଁ ହଟାଇବା ପ୍ରସଙ୍ଗରେ ନିର୍ବାଚନ ଆୟୋଗକୁ ଟାର୍ଗେଟ୍‌ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀର ତ୍ରିଲୋକପୁରୀରେ ଏକ ସଭାକୁ ସମ୍ବୋଧିତ କରି ସେ ଚାରିଟି ମତଦାନ କେନ୍ଦ୍ରରୁ ୪୧୬ ଜଣଙ୍କ ନାଁ କଟାଯାଇଥିବା ଦାବି କରିଛନ୍ତି। ଏହାକୁ ନେଇ ସେ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

ରାହୁଲଙ୍କ ଅଭିଯୋଗ ଅନୁଯାୟୀ, ଦେଶରେ କୋଟି କୋଟି ଲୋକଙ୍କ ମତଦାନ ଅଧିକାର ପ୍ରଭାବିତ ହେଉଛି। ବିଶେଷକରି ଗରିବ ଲୋକଙ୍କ ନାଁ ଭୋଟର ତାଲିକାରୁ ହଟାଯାଉଥିବାରୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଉତ୍ତର ଦେଉନଥିବା ସେ ଅଭିଯୋଗ କରିଛନ୍ତି।

ଜ୍ଞାନେଶ କୁମାର ଇସ୍ତଫା ନଦେବା କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପଦରୁ ନହଟାଇବା ପର୍ଯ୍ୟନ୍ତ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ରାହୁଲ କହିଛନ୍ତି।

ଦେଶରେ ସାଧାରଣ ନାଗରିକଙ୍କ ଅପେକ୍ଷା କିଛି ଧନୀ ଶିଳ୍ପପତିଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବାକୁ ଉଦ୍ୟମ ହେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଗଣତନ୍ତ୍ରରେ ସମସ୍ତଙ୍କୁ ସମାନ ଭାବେ ମତଦାନର ସୁଯୋଗ ମିଳିବା ଉଚିତ ବୋଲି କହି ରାହୁଲ ଏହି ଅଭିଯୋଗଗୁଡ଼ିକର ଜବାବ ଦେବାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି।

Show More

Related Articles

Back to top button