ଦୁର୍ଘଟଣାଦେଶସ୍ୱତନ୍ତ୍ର

ପେପ୍ସି ପିଇ ଚାଲିଗଲା ୭ ଶିଶୁଙ୍କ ଜୀବନ

ମୃତ୍ୟୁର କାରଣକୁ ନେଇ ଚାଲିଛି ତନାଘନା

ଜୟପୁର: ପେପ୍ସି ପିଇ ୭ ଶିଶୁଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ସିରୋହୀ ନିକଟ ସରୁପଗଂଜ ନିକଟବର୍ତ୍ତୀ ଫୁଲାବାଇ ଖେଡାରେ । ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କର ମୃତ୍ୟୁର କାରଣ ଖୋଜୁଛନ୍ତି ବ୍ଲକ, ଜିଲ୍ଲା ଓ ରାଜ୍ୟର ମେଡିକାଲ ଟିମ୍ ।

ସୂଚନା ଅନୁଯାୟୀ, ବୁଧବାର ସକାଳୁ ୨ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଥିଲା । ସେମାନଙ୍କୁ ହସ୍ଭପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ବୁଧବାର ୨ ଜଣ ଶିଶୁଙ୍କର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଓ ପିଣ୍ଡୱାଡା ଉପଖଣ୍ଡ ଅଧିକାରୀ ହସମୁଖ କୁମାର ପୂରା ଗାଁରେ ଘରକୁ ଘର ଯାଇ ସର୍ଭେ କରିଥିଲେ । ଏହାପରେ ଚିକିତ୍ସା ବିଭାଗ ପରିବାର ଲୋକଙ୍କୁ କହିଛନ୍ତି ଯେ, ପ୍ଲାଷ୍ଟିକ ପାଇପରେ ବିକ୍ରି ହେଉଥିବା ପେୟ ପଦାର୍ଥ, ସାଧାରଣ ଭାଷାରେ ପେପ୍ସି କହିଥାନ୍ତି । ଏହାକୁ ପିଇବା ପରେ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଅସୁସ୍ଥ ପିଲାଙ୍କୁ ଡାକ୍ତରଖାନା ପଠାଇଥିଲେ । ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଡ. ରାମସିଂହ ଯାଦବ କହିଛନ୍ତି ଯେ,  ପାଣିରୁ ପ୍ରସ୍ତୁତ ପଦାର୍ଥ, ଯେଉଁଥିରେ ଆଇସ୍କ୍ରିମ, ଥଣ୍ଡା ପାନୀୟ ଓ ଅନ୍ୟ ତରଳ ପଦାର୍ଥର ସେବନକୁ ଛୋଟ-ବଡ଼ ଦୋକାନରୁ ଏହି ପେପ୍ସିର ନମୁନା ପାଇଁ ଓ ଏହାକୁ ବ୍ରିକ୍ରି କରିବା ନେଇ ମନା କରାଯାଇଛି । କାରଣ ଏଭଳି ଜିନିଷ ବିକ୍ରି କରିବା ଦ୍ୱାରା ଅନ୍ୟ ପିଲାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ପହଞ୍ଚିପାରେ ।

 

Show More

Related Articles

Back to top button