Breaking PLUSଦେଶମୁଖ୍ୟ ଖବର

କର୍ଣ୍ଣାଟକର ସରକାରୀ କଲେଜରେ ଲାଗିଲା କଟକଣା

ବେଙ୍ଗାଲୁରୁ: କର୍ଣ୍ଣାଟକର ସରକାରୀ ପ୍ରଥମ ଶ୍ରେଣୀ କଲେଜଗୁଡ଼ିକର ଶିକ୍ଷାଭ୍ରମଣକୁ ନେଇ ଉଚ୍ଚଶିକ୍ଷା ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏଣିକି ଶିକ୍ଷାଭ୍ରମଣ ସମୟରେ ଛାତ୍ରଛାତ୍ରୀ ସେଲ୍‌ଫି ନେବା, ଭିଡିଓ ରେକର୍ଡ କରିବା କିମ୍ବା ସୋସିଆଲ ମିଡିଆ ପାଇଁ ରିଲ୍ସ ତିଆରି କରିପାରିବେ ନାହିଁ।
ଶନିବାର ଜାରି ସର୍କୁଲାରରେ କୁହାଯାଇଛି, କଲେଜଗୁଡ଼ିକୁ ଶିକ୍ଷାଭ୍ରମଣ ପୂର୍ବରୁ ବିଭାଗର ଅନୁମତି ନେବାକୁ ପଡ଼ିବ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହମତିପତ୍ର ସହ ଭ୍ରମଣର ପ୍ରସ୍ତାବ ଦାଖଲ କରିବାକୁ ହେବ। ଯାତ୍ରା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସମସ୍ତ ନିୟମ ସମ୍ପର୍କରେ ଅବଗତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ଅନୁମୋଦିତ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବା ମନା କରାଯାଇଛି। ସାଙ୍ଗରେ ଯାଉଥିବା ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖି ନିୟମ ପାଳନ ସୁନିଶ୍ଚିତ କରିବେ।
ଛାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ସର୍କୁଲାରରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କୌଣସି ଅଘଟଣ ଘଟିଲେ ସମ୍ପୃକ୍ତ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଦାୟୀ କରାଯିବ। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ସେଲ୍‌ଫି ଓ ଭିଡିଓ କରିବା ସମୟରେ ଦୁର୍ଘଟଣା ବଢ଼ୁଥିବା ଘଟଣା ପରେ ବିଭାଗ ଏହି ପଦକ୍ଷେପ ନେଇଛି।

Show More

Related Articles

Back to top button