ନୂଆଦିଲ୍ଲୀ: ଖାରଜ ହେଲା ଆଶିଷ ମିଶ୍ରଙ୍କ ବେଲ୍ । ଉତ୍ତରପ୍ରଦେଶ ଲଖୀମପୁରର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶୀଷଙ୍କର ବେଲକୁ ଖାରଜ କରିବା ସହିତ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ଗତ ୪ ତାରିଖରେ ସମସ୍ତ ଶୁଣାଣିକୁ ସ୍ଥଗିତ ରଖିଥିଲେ । ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଆଶୀଷଙ୍କୁ ଜାମିନ୍ ପ୍ରଦାନ କରିଥିବା କଥାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ହାଇକୋର୍ଟ ପୀଡ଼ିତଙ୍କ ପକ୍ଷକୁ ଧ୍ୟାନ ନଦେଇ ଶୁଣାଣି କରିଥିଲେ , ଏହାର ପୁର୍ନବିଚାର କରିବା ଦରକାର ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସ ୩ ତାରିଖରେ ଧାରଣାରତ କୃଷକଙ୍କୁ ଆଶୀଷ ନିଜ ଜିପ୍ ମଡ଼ାଇ ହତ୍ୟା କରିଥିଲେ । ଏହି ହିଂସାକାଣ୍ଡ ମାମଲାରେ ୮ ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା । ୟୁପିର ଏସଆଇଟି ପକ୍ଷରୁ ୫ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏସଆଇଟି ପକ୍ଷରୁ ଆଶୀଷଙ୍କୁ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା ।