Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ଝିଅ ବାହାଘରରେ ମା’ଙ୍କୁ ହତ୍ୟା

ବରଗଡ଼ : ଗାଁ ଦାଣ୍ଡରେ ପହଞ୍ଚି ସାରିଥିଲେ ବର ଯାତ୍ରୀ । ନାଚଗୀତରେ ଦୁଲୁକୁଥିଲା ଦାଣ୍ଡ। କିଛି ସମୟ ପରେ ଆରମ୍ଭ ହୋଇଥାନ୍ତା ବାହାଘର। ବେଦୀରେ ହାତଗଣ୍ଠି ପଡ଼ିବା ପରେ ଝିଅ ଯାଇଥାନ୍ତା ଶାଶୁ ଘର। ଝିଅ ସିନ୍ଥିରେ ସିନ୍ଦୂର ଦେଖିବାକୁ ମା’ର କେତେ ଆଶା ଥିଲା। ହେଲେ କିଛି ମୁହୂର୍ତ୍ତରେ ସବୁ କିଛି ଓଲଟିଗଲା। ନାଚଗୀତକୁ ନେଇ ବର ଯାତ୍ରୀଙ୍କ ସହ ଗାଁର ୨ ଯୁବକଙ୍କ ପାଟିତୁଣ୍ଡ ହୋଇଥିବା ବେଳେ ବୁଝାସୁଝା କରିବାକୁ ଯାଇ ବଳି ପଡ଼ିଗଲେ କନ୍ୟାର ମା’ । ଝିଅ ବାହାଘର ଦେଖିବା ପୂର୍ବରୁ ଆଖି ବୁଜିଦେଲେ ମା’ । ହସଖୁସି ତଥା କୋଳାହଳରେ ଫାଟି ପଡ଼ୁଥିବା ପରିବେଶରେ ହଠାତ୍‌ ଶୋକରଛାୟା ଖେଳିଗଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ । ମୃତା ମହିଳାଜଣକ ହେଲେ ଯଦୁମଣି ରାଜହଂସଙ୍କ ସ୍ତ୍ରୀ କିଶୋରୀ ରାଜହଂସ । ଏହି ହତ୍ୟାକାଣ୍ଡ ଘଟାଇଥିବା ସୁମନ୍ତ ନାୟକ ,ସୁବୋଧ ରାଜହଂସ ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌।

 

Show More

Related Articles

Back to top button