Breaking PLUSଅପରାଧମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି
କମେଡିକୁ ନେଇ ‘କମେଡି କ୍ୱିନ୍’ ଭାରତୀ ସିଂଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଛୋଟ ପରଦାର ‘କମେଡି କ୍ୱିନ୍’ ଭାରତୀ ସିଂ ନିଶ-ଦାଢି ଉପରେ କମେଡି କରି ଫସିଯାଇଛନ୍ତି । ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏକ ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । କିଛି ଲୋକ ଭାରତୀଙ୍କ ମନ୍ତବ୍ୟକୁ ଅପମାନଜନକ ବୋଲି ମତ ଦେଇଛନ୍ତି। ଏଥି ସହିତ ବଢୁଥିବା ବିବାଦକୁ ଦେଖି ଭାରତୀ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କ୍ଷମା ପାର୍ଥନା କରିଛନ୍ତି । ସୂଚନାନୁସାରେ, ଜଳନ୍ଧରରେ ଭାରତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭାରତୀ ସିଂ କ୍ଷମା ପାର୍ଥନା ମାଗିବା ପରେ ବି ଏଯାଏଁ, ଲୋକଙ୍କ କ୍ରୋଧ କମିନି ।


