Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ପୁଣି ଲକଡାଉନ୍ ଆଶଙ୍କା

ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧର ପ୍ରଭାବ ଏବେ ପାକିସ୍ତାନ ଉପରେ ପଡ଼ିବାରୁ ଦେଶରେ ତୈଳ ସଙ୍କଟ ଗଭୀର ହୋଇଯାଇଛି। ତେଲ ଅଭାବ ଦେଶର ଆର୍ଥିକ ଓ ସାଧାରଣ ଜୀବନକୁ ପ୍ରଭାବିତ କରୁଥିବା ବେଳେ, ସରକାର ନୂତନ ପଦକ୍ଷେପ ନେବାକୁ ବିଚାର କରୁଛି।

ଶହବାଜ ଶରିଫଙ୍କ ନେତୃତ୍ୱରେ ଚାଲୁଥିବା ସରକାର ପରିସ୍ଥିତିକୁ ସମାଲୋଚନା କରି “ସ୍ମାର୍ଟ ଲକଡାଉନ୍” ଲାଗୁ କରିବା ନେଇ ଚିନ୍ତାଭାବନା କରୁଛନ୍ତି। ଏହି ମଧ୍ୟରେ ଏକ ସରକାରୀ ଡ୍ରାଫ୍ଟ ଲିକ୍ ହୋଇଥିବା କଥା ଚର୍ଚ୍ଚାକୁ ଆସିଛି, ଯେଉଁଥିରେ ଲକଡାଉନ୍ ସମ୍ବନ୍ଧୀୟ କିଛି କଠୋର ବ୍ୟବସ୍ଥା ଉଲ୍ଲେଖ ରହିଛି।

ଲିକ୍ ହୋଇଥିବା ଡ୍ରାଫ୍ଟ ଅନୁସାରେ, ଦୋକାନ ଓ ବଜାର ବନ୍ଦ ରଖାଯିବ । ବାହ ଓ ସାମୁହିକ ଉତ୍ସବରେ ପ୍ରତିବନ୍ଧ ଲାଗିବ । ପୋର୍ଟ ଓ ବିମାନବନ୍ଦର ସେବା ଅସ୍ଥାୟୀଭାବେ ବନ୍ଦ ହେବ ସେହିପରି, ଏହି ସ୍ମାର୍ଟ ଲକଡାଉନ୍ ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ଲାଗୁ ହେବାର କଥା ଡ୍ରାଫ୍ଟରେ ଉଲ୍ଲେଖ ରହିଛି। ତେବେ, ପାକିସ୍ତାନ ସରକାର ପକ୍ଷରୁ ସପଷ୍ଟ କରାଯାଇଛି ଯେ ଏହା କେବଳ ଏକ ଲିକ୍ ଡ୍ରାଫ୍ଟ ମାତ୍ର ଓ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ସରକାର ପକ୍ଷରୁ ଅନ୍ତିମ ଘୋଷଣା ହେବାକୁ ଥିବା ସମ୍ଭାବନା ରହିଛି।

Show More

Related Articles

Back to top button