
ଭୁବନେଶ୍ବର : ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କଲା ସ୍ୱାମୀ । ଏନେଇ ଅଭିଯୋଗ ପରେ ସୋମବାର ଦିନ ଭୁବନେଶ୍ୱର ସାଇବର ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। କେସ୍ ନମ୍ବର- ୩/୨୨ ଆଧାରରେ ଆଇପିସି ଧାରା ୩୮୩, ୪୨୦, ୪୯୮(ଏ), ୫୦୯ ଏବଂ ଆଇଟି ଆକ୍ଟ୍ ଧାରା ୬୭, ୬୭(ଏ)ରେ ପୁଲିସ ଭଦ୍ରକ ଚାନ୍ଦବାଲିରୁ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସରୋଜ କୁମାର ଦାସ ।
ମିଳିଥିବା ସୂଚନା ଅନୁଯାୟୀ , ସରୋଜ ଭଦ୍ରକରେ ପାଇପ୍ ମିସ୍ତ୍ରି କାମ କରପଥିବାବେଳେ ତାଙ୍କ ସ୍ତ୍ରୀ ମଞ୍ଚେଶ୍ବର ଅଞ୍ଚଳରେ ଘରୋଇ ସହାୟକ ଭାବେ କାମ କରୁଛନ୍ତି। ସରୋଜ ରୋଜଗାର କରୁଥିବା ସମସ୍ତ ଟଙ୍କାକୁ ନିଶାରେ ଉଡ଼ାଇ ଦେଉଥିଲେ ଓ ମଝିରେ ମଝିରେ ସ୍ତ୍ରୀଙ୍କଠାରୁ ଟଙ୍କା ନେଉଥିଲେ। ଏବେ କିଛି ଦିନ ହେଲା ସ୍ତ୍ରୀ ସରୋଜକୁ ଟଙ୍କା ଦେବା ବନ୍ଦ କରିଦେଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ରାଗରେ ସରୋଜ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋକୁ ଫେସ୍ବୁକ୍ରେ ପୋଷ୍ଟ କରିଥିଲା। ଜଣେ ପଡୋଶୀ ମହିଳା ଏଭଳି ଭିଡିଓ ଓ ଫଟୋ ଦେଖି ସରୋଜଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ଏନେଇ ପତ୍ନୀ ଭୁବନେଶ୍ୱର ଡିସିପି ଅଫିସରେ ଅଭିଯୋଗ କରିବାପରେ ସାଇବର ଥାନା ପୁଲିସ ମାମଲା ରୁଜୁକରିବା ସହ ଆଜି ତାକୁ କୋର୍ଟ ଚାଲାଣ କରିଛି।