Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱାସ୍ଥ୍ୟ

କରୋନାରୁ ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ସୁସ୍ଥ ହେବା ପରେ ନ୍ୟାସ୍‌ନାଲ ହେରାଲ୍ଡ ଆର୍ଥିକ ହେର୍‌ଫେର୍‌ ମାମଲାରେ ଇଡି ପାଖରେ ହାଜର ହେବେ। ଏଥିପାଇଁ ସୋନିଆଙ୍କୁ ଇଡି ସମନ କରିଥିଲେ ବି କୋଭିଡ ସଂକ୍ରମିତ ଯୋଗୁ ହାଜର ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଇଛି। ଜୁନ ୨୩ ତାରିଖରେ ସୋନିଆ ଇଡି ପାଖରେ ହାଜର ହେବେ ବୋଲି ଇଡି ସମନ କରିଛି। ଅନ୍ୟପଟେ ରାହୁଲ ଗାନ୍ଧୀ ଜୁନ ୧୩ ତାରିଖରେ ଇଡି ସମ୍ମୁଖରେ ହାଜର ହେବା ସୂଚନା ମିଳିଛି। ଏପଟେ ଭାରତ ସରକାରଙ୍କର କଂଗ୍ରେସ ପ୍ରତି ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି କଂଗ୍ରେସ। ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ଦିନ ଦଳ ଏପିଜେ ଅବଦୁଲ କାଲାମ ରୋଡ୍‌ରେ ଥିବା ଇଡି ଅଫିସ ସମ୍ମୁଖରେ ଶୋଭାଯାତ୍ରା କରିବ।

 

Show More

Related Articles

Back to top button