
ଦୈନନ୍ଦିନ ଜୀବନରେ ଇଣ୍ଟରନେଟ୍ ର ଆବଶ୍ୟକତା ବିଷୟରେ ଆପଣମାନେ ଜଣିଥିବେ ନିଶ୍ଚୟ । ତେବେ ଏହାରି ମଧ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ଏଥିପାଇଁ ଖୁବ୍ ଉତ୍ସାହିରହିଛନ୍ତି ଲୋକେ ।ଏହାକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ ଅଗଷ୍ଟ ୧୫ ତାରିଖରେ ଏହି ସେବା ଆରମ୍ଭ ହେବାକୁ ଥିବାବେଳେ ୨୯ ଅଗଷ୍ଟକୁ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ଏନେଇ ଏକ ନୂଆ ରିପୋର୍ଟ ପ୍ରକାଶ ପାଇଛି । ତେବେ ୨୯ ଅଗଷ୍ଟକୁ ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମସି)୨୦୨୨ରେ ଉଦ୍ଘାଟନ କରଯିବ।
ଦୂରସଞ୍ଚାର ମନ୍ତ୍ରାଳୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଦେଇଥିବା ସୂଚନା ଅନୁଯାୟୀ , ବିଶ୍ୱ ସ୍ତରରେ ୪ଜି ସେବାର ମୂଲ୍ୟ ୨୦୦୦ ଟଙ୍କା ରହିଥିବା ବେଳେ ଭାରତରେ ଏହା ୨୦୦ ଟଙ୍କା ରହିଛି। ଏହି ହିସାବରେ ୫ଜି ସେବା ୪ଜି ଠାରୁ ଟିକିଏ ମହଙ୍ଗା ହୋଇପାରେ। ତେବେ ବର୍ତ୍ତମାନ ସୁଦ୍ଧା ସଠିକ୍ ଦର ନେଇ କୌଣସି ସୂଚନା ମିଳିପାରି ନାହିଁ।