Breaking PLUSଓଡ଼ିଶାଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଚିଲିକାରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ

ବ୍ରହ୍ମଗିରି :କାଲି ସନ୍ଧ୍ୟାରେ ଚିଲିକାରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ । ତିନିଜଣ ନିଖୋଜଙ୍କ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ପାଣିରେ ପହଁରୀ ପହଁରୀ କୂଳରେ ସୁରକ୍ଷିତ ଅବସ୍ଥାରେ ପହଞ୍ଚିଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ଡଙ୍ଗା ବୁଡ଼ି ଯାଇଥିଲା। ଖବର ପାଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ଯାଇଥିଲା। ବହୁ ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ମିଳିଛି। ସୁରକ୍ଷିତ ଅବସ୍ଥାରେ କୂଳରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଟୁଆ ଗାଁର ଉଗ୍ରସେନ ଦାସ ବୋଲି ସୂଚନାମିଳିଛି। ସୂଚନା ଅନୁସାରେ, କାଳିଜାଇ କୁଦାକୁ ଭୋଜି କରିବା ପାଇଁ ପୁରୀର କିଛି ଲୋକଙ୍କୁ ନେଇ ଏକ ଡଙ୍ଗା ଯାଇଥିଲା। ଏହି ଡଙ୍ଗାରେ ପ୍ରାୟ ୧୩ ଜଣ ଲୋକ ଥିଲେ। ଭୋଜି କରିସାରି ସଂଧ୍ୟାରେ ଫେରିବା ସମୟରେ ଚିଲିକା ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ୩ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ନିଖୋଜଙ୍କୁ ଠାବ କରିବା ନିମନ୍ତେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

Show More

Related Articles

Back to top button