ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ବ୍ରିଟେନ୍‌ରେ ଆରମ୍ଭ ହେଲା ରାଜାଙ୍କ ଶାସନ

ଲଣ୍ଡନ: ବ୍ରିଟେନ୍‌ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ଗୋଟେ ଯୁଗର ଅବସାନ ଘଟିଛି। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ କିଙ୍ଗ୍ ଚାର୍ଲସ । ବ୍ରିଟେନରେ ରାଣୀ ଏଲିଜାବେଥ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି । ଚାର୍ଲସ ରାଜା ହେବା ପରେ ତାଙ୍କ ପତ୍ନୀ କାମିଲା ରୋଜେମାରି ୟୁକେର କେଥରିନ ଡଚେର୍ସ ଅଫ୍ କାନୱାଲ ନାମରେ ପରିଚୟ ପାଇଛନ୍ତି । ବ୍ରିଟେନ୍‌ ଇତିହାସରେ ପ୍ରଥମ ଥର ପାଇଁ ଟେଲିଭିଜନ ଜରିଆରେ ବ୍ରିଟେନବାସୀ ଦେଖିଛନ୍ତି ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ। ସେଣ୍ଟ ଜେମ୍ସ ପେଲେସ୍‌ରେ ଚାର୍ଲ୍ସ ଫିଲିପ୍ସ ଅର୍ଥର ଜର୍ଜଙ୍କର ରାଜ୍ୟାଭିଷେକ ହେବା ସହିତ ତାଙ୍କ ପତ୍ନୀ କ୍ୟାମେଲାଙ୍କୁ ରାଣୀ ବୋଲି ଘୋଷଣା କରାଯାଇଥିଲା।ଏବେ ଚାର୍ଲସ ରାଜକୀୟ ପ୍ରଥା ଅନୁଯାୟୀ ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିିବେ । କାରଣ ତାଙ୍କ ନାମରେ ହିଁ ପାସପୋର୍ଟ ତିଆରି ହୋଇଥାଏ । କେବଳ ବ୍ରିଟେନରେ ହିଁ ରହିଛି ଏହି ପ୍ରଥା । ସେହିପରି ସେ ବିନା ଲାଇସେନ୍ସରେ ମଧ୍ୟ ଗାଡି ଚଳାଇପାରିବେ । ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ରାଜକୀୟ ସମାରୋହରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଅନେକ ବରିଷ୍ଠ ରାଜନେତା ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ରାଜନେତା ମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ, ଯେଉଁମାନେ ଆଗାମୀ ସମୟରେ ସମ୍ରାଟଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । ଏହି ସମାରୋହରେ କିଙ୍ଗ ଚାର୍ଲ୍ସ ତୃତୀୟା ତାଙ୍କ ପତ୍ନୀ କାମିଲା କ୍ୟୁନ କନ୍ସର୍ଟ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ବଡ ପୁଅ ୱିଲିୟମ୍ ଚାର୍ଲ୍ସଙ୍କ ତାଙ୍କ ଉତ୍ତରାଧିକାରୀ ହେବେ । ତାଙ୍କୁ ପ୍ରିନ୍ସ ଅଫ୍ ୱେଲ୍ସ ଆଖ୍ୟା ଦିଆଯାଇଛି । ରାଜା ଘୋଷିତ ହେବା ପରେ ରାଜା ଚାର୍ଲ୍ସ-୩ କହିଥିଲେ ଯେ ମୋର ପ୍ରିୟ ମା, ଆମର ମହାରାଣୀଙ୍କ ଦେହାନ୍ତ ଘୋଷଣା କରିବା ମୋର ଦୁଃଖଦ କର୍ତ୍ତବ୍ୟ । ମୁଁ ଜାଣେ ଆମ ସମସ୍ତଙ୍କ ପାଇଁ ଏହି ଅପୂରଣୀୟ କ୍ଷତିରେ ଆପଣ ମୋ ପ୍ରତି କେତେ ଗଭୀର ସହାନୁଭୂତି ଦେଖାଉଛ । ମୋର ପ୍ରିୟ ପତ୍ନୀଙ୍କ ନିରନ୍ତର ସମର୍ଥନ ଦ୍ୱାରା ସେ ଉତ୍ସାହିତ ବୋଲି କହିଛନ୍ତି ।

 

Show More

Related Articles

Back to top button