ଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭାରତ ପ୍ରେମରେ ଡୋନାଲ୍ଡ ଟ୍ରମ୍ପ , କହିଲେ ଭାରତ ଆଉ ଆମେରିକା ସବୁଠୁ ଭଲ ବନ୍ଧୁ

ୱାଶିଂଟନ୍‌: ଭାରତ ପ୍ରେମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ନେଇ ଏଭଳି ସୂଚନା ଦେଇଛନ୍ତି ନୂରା। କହିଛନ୍ତି ଭାରତ ଆଉ ଆମେରିକା ସବୁଠୁ ଭଲ ବନ୍ଧୁ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ଇଣ୍ଟରଭ୍ୟୁରେ ଡୋନାଲ୍ଡ ଟ୍ରମ୍ପ ଭାରତକୁ ନେଇ ଏପରି କହିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ନାରା ସହିତ ଭାରତ-ଆମେରିକାର ସମ୍ପର୍କକୁ ବ୍ୟାଖ୍ୟା କରିଛନ୍ତି। ଗଣମାଧ୍ୟମର ସୂଚନା ଅନୁଯାୟୀ, ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ସେ ହିନ୍ଦୀରେ କହିଥିଲେ, ‘ଭାରତ ଏବଂ ଆମେରିକା ସବୁଠୁ ଭଲ ବନ୍ଧୁ। ଭାରତ ସମର୍ଥନରେ ଦେଇଥିବା ଏହି ବୟାନ ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରବର୍ତ୍ତୀ ରାଷ୍ଟପ୍ରତି ନିର୍ବାଚନରେ ପୁଣି ଥରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ କାରଣ ହେଉ ଅବା ଅନ୍ୟ କୌଣସି କାରଣରୁ, ଟ୍ରମ୍ପ ଅତୀତରେ ଅନେକଥର ଭାରତ ପ୍ରତି ନିଜର ଅଭିମୁଖ୍ୟ ପ୍ରକାଶ କରି ସାରିଛନ୍ତି। ଗତ ରାଷ୍ଟ୍ରପତି ନିର୍ବାଚନରେ ଆମେରିକାରେ ରହୁଥିବା ଭାରତୀୟପ୍ରବାସୀଙ୍କ ସମର୍ଥନ ପାଇବା ପାଇଁ ସେ ଖୋଲାଖୋଲି ଭାବେ ଭାରତ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଉଭୟ ଜନସମର୍ଥନ ପାଇବାକୁ ବିଶେଷ ଉଦ୍ୟମ କରିଥିଲେ। ୨୦୧୯ରେ ମ‌ୋଦି ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହେବା ପରେ ସେ ଓ ରାଷ୍ଟ୍ରପତି ଟେକ୍ସାସ୍‌ର ଟ୍ରମ୍ପ୍‌ ହଷ୍ଟନ୍‌ରେ ଆୟୋଜିତ ବିଶାଳ ‘ହାଓଡି, ମୋଦି’ ରାଲିରେ ଉଦ୍‌ବୋଧନ ଦେଇଥିଲେ। ଏହି ରାଲିରେ ଅସଂଖ୍ୟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ।

Show More

Related Articles

Back to top button