ଓଡ଼ିଶାରାଜନୀତି

ଆସନ୍ତା କାଲି ଧାମନଗର ଉପନିର୍ବାଚନ,ସରିଲା ସମସ୍ତ ପ୍ରସ୍ତୁତି

ଆସନ୍ତା କାଲି ଧାମନଗର ଉପନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି। ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ଆସନ୍ତା କାଲି ସକାଳ ୭ ରୁ ୬.୩୦ ପର୍ଯ୍ୟନ୍ତ ସମସ୍ତ ଏକ୍ସିଟ ପୋଲକୁ ବ୍ୟାନ କରାଯାଇଛି। ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ। ଯଦି କେହି ନିୟମ ଉଲଙ୍ଘନ କଲା ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନା ଅନୁଯାୟୀ, ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇବି ଭୋଟ ଦେଇ ପାରିବେ । ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ। ମୋଟ ୨୫୨ ବୁଥ ରହିଛି । ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ ଟି ୱେବ କାଷ୍ଟିଂ ହେବ । ୨୫ ଟି ମାଇକ୍ରୋ ଅବଜରର୍ଭର ରହିଛନ୍ତି। ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରିକୁ ବନ୍ଦ କରାଯାଇଛି। ୪ ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି।

Show More

Related Articles

Back to top button