ନୋଏଡା ପ୍ରାଧିକରଣ ପକ୍ଷରୁ ନୂଆ ଗାଇଡଲାଇନ ଜାରି । ଏଣିକି ନୋଏଡାରେ କୁକୁର ବିଲେଇ ପାଳିବା ପାଇଁ ଏବେ କିଛି ନିୟମ ମାନିବାକୁ ପଡ଼ିବ। କୁକୁର-ବିଲେଇ ପାଳିଲେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ପ୍ରତିବର୍ଷ ଦେବାକୁ ହେବ ୫୦୦ ଟଙ୍କା । ଯଦି ସଠିକ୍ ଭାବେ ନିୟମ ପାଳନ ନହୁଏ,ତେବେ ଜରିମାନା ସହ ବେବ କଡା କାର୍ଯ୍ୟାନୁଷ୍ଠାନ ।
ଏହି ପଲିସିରେ ଅନେକ ଗୁଡିଏ ନିୟମ ରହିଛି-
-ଯଦି ମାଲିକ ପାଳିତ କୁକୁରକୁ ବୁଲାଇବାକୁ ନେଇଛନ୍ତି ତେବେ କୁକୁର ବେକରେ ବେଲ୍ଟ ଲଗାଇବା ବାଧ୍ୟତାମୂଳକ।
– ସେହିପରି ଆଗରୁ ମାଲିକମାନେ ସେମାନଙ୍କ ପାଳିତ କୁକୁରଙ୍କୁ ଏକୁଟିଆ ବାହାରେ ଛାଡ଼ିଦେଉଥିଲେ। ଏବେ ଏଭଳି କରିବା ଦ୍ବାରା ମାଲିକଙ୍କ ଉପରେ ଜରିମାନା ଲଗାଯିବ।
-ଯଦି କୁକୁର ସାର୍ବଜନିକ ସ୍ଥାନରେ ଶୌଚ କରେ ତେବେ ତାହାର ସଫେଇ ଦାୟିତ୍ବ ମାଲିକଙ୍କ ଦାୟିତ୍ବ।
–କୁକୁରକୁ ଖୋଲା ଛାଡ଼ିଲେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ୧୦୦ ରୁ ୩୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ।
-ଯଦି ପାଳିତ କୁକୁର କାହାକୁ ଆକ୍ରମଣ କରୁଛି ତେବେ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ମାଲିକ ବହନ କରିବେ। ଏହା ସହ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ।
–ଯଦି କୁକୁରର ମୃତ୍ୟୁ ହୁଏ, ତେବେ ଏହାର ସୂଚନା ମଧ୍ୟ ମାଲିକଙ୍କୁ ଦେବାକୁ ପଡ଼ିବ।
ସୂଚନାଯୋଜ୍ୟ, ଅତୀତରେ ନୋଏଡାରେ କୁକୁରଙ୍କ ଆକ୍ରମଣ ବଢ଼ିଥିଲା ଯାହାକୁ ନେଇ କଡ଼ା ପଲିସି କରିବାକୁ ଅନେକ ସମୟରେ ଅଭିଯୋଗ ହୋଇଆସିଥିଲା।