Breaking PLUSଦେଶମନୋରଞ୍ଜନମୁଖ୍ୟ ଖବର

ରେକର୍ଡ କରୁଛି ଗଦର-2, ଦ୍ୱିତୀୟ ଦିନରେ କାଟିଲା ପ୍ରଥମ ଦିନର ରେକର୍ଡ

80 କୋଟିରୁ ଅଧିକ ଆୟ କଲାଣି ଫିଲ୍ମ

() ରେକର୍ଡ କଲାଣି ଗଦର-2 । ହଲ୍‌ରେ ଏବେ ହଇଚଇ ସୃଷ୍ଟି କରିଛି ସନି ଦେଓଲ ଓ ଅମିଶା ପଟେଲ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର-୨’। ୨୦୦୧ ମସିହାର ‘ଗଦର’ ସିନେମାର ଏହି ସିକ୍ୱେଲ୍ ସିନେମାଟିକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଏହାର ରୋଜଗାର ବି ଏକ୍‌ଦମ୍‌ ଜବରଦସ୍ତ ହୋଇଛି। ସନି ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମଟି ମାତ୍ର ଦୁଇ ଦିନରେ ୮୦ କୋଟିରୁ ଅଧିକ ରୋଜଗାର କଲାଣି।

ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୪୦କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ବିତୀୟ ଦିନରେ ଦ୍ବିଗୁଣ ରୋଜଗାର ହୋଇଛି। ଖୁବ୍‌ ଶୀଘ୍ର ଏହା ୧୦୦ କୋଟିକୁ ଛୁଇଁବା ପରେ ଚଳିତବର୍ଷର ସର୍ବାଧିକ ରୋଜଗାର କରିଥିବା ସିନେମା ବନିପା‌ରେ ‘ଗଦର-୨’।

Show More

Related Articles

Back to top button