Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଭିଡିଓ

ଆସନ୍ତା 23ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଏକ ନୂଆ ଭିଡିଓ ପଠାଇଛି । ଏହି ଭିଡିଓଟି ଗତ ଅଗଷ୍ଟ ୧୫ରେ ଉଠାଯାଇଥିଲା । ଚନ୍ଦ୍ରଯାନ-୩ରେ ଲାଗିଥିବା ଲାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା ଏହି ଭିଡିଓ ଉଠାଇଥିବା ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଚନ୍ଦ୍ରଯାନ-୩ର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡର ନିଜେ ଆଗକୁ ବଢ଼ୁଛି । ଲ୍ୟାଣ୍ଡର ମଡ୍ୟୁଲ ଭଲ ଅବସ୍ଥାରେ ଅଛି ବୋଲି ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି। ଏହା ସଫଳତାର ସହ ଡିବୁଷ୍ଟିଂ ଅପରେସନ କରିଥିଲା ଯାହା ଏହାର କକ୍ଷପଥକୁ ୧୧୩ କିଲୋମିଟର x ୧୫୭ କିଲୋମିଟରକୁ ହ୍ରାସ କରିଥିଲା ।

ଲ୍ୟାଣ୍ଡର ଏବେ ଏହାର ଉଚ୍ଚତା ହ୍ରାସ କରି ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ବଢିବ । ଏହା ୨୩ ତାରିଖରେ ଓହ୍ଲାଇବାର ସମ୍ଭାବନା ରହିଛି ।

Show More

Related Articles

Back to top button