ଆମ ଦେଶ ଭାରତର ରାଜଧାନୀ ଦିଲ୍ଲୀ । ଯେତେେଳେ ବି ଦିଲ୍ଲୀ ବିଷୟରେ କଥାବାର୍ତ୍ତା ହୁଏ ସେତେବେଳେ ଦିଲ୍ଲୀର ଚାନ୍ଦିନୀ ଚୌକ ନିଶ୍ଚିତ ଭାବରେ ଉଲ୍ଲେଖ କରାଯାଇଥାଏ । ଆପଣମାନେ ନିଶ୍ଚୟ ଚଳଚ୍ଚିତ୍ର ରେ ଚାନ୍ଦିନୀ ଚୌକ ଦେଖିଥିବେ ଏବଂ ଏକ ଚଳଚ୍ଚିତ୍ର ର ନାମ ଚାନ୍ଦିନୀ ଚୌକ ନାମରେ ନାମିତ ଅଛି । ଏଠାରେ ବିଭିନ୍ନ ଜିନିଷ ଉପଲବ୍ଧ ଏବଂ ଆପଣ ଏଠାରେ ସୁଲଭ ମୂଲ୍ୟ ରେ ପୋଷକ, ଅଳଙ୍କାର,ପ୍ରତ୍ୟେକ ଆବଶ୍ୟକୀୟ ଜିନିଷ ସମେତ ଅନେକ ଛୋଟ ଜିନିଷ ପାଇ ପାରିବେ । ଖାଲି ଏତିକି ନୁହେଁ ସୁସ୍ବାଦୁ ଖାଦ୍ୟ ପାଇଁ ମଧ୍ୟ ଲୋକମାନେ ଏଠାକୁ ଆସନ୍ତି । ଏହା ଏକ ପୁରାତନ ବଜାର ଏବଂ ଏହାର ଇତିହାସ ୩୭୦ ବର୍ଷ ପୁରୁଣା । ପୂର୍ବରୁ ଏହି ସ୍ଥାନ ଶାହାଜାନାବାଦ ନାମରେ ଜଣାଶୁଣା ଥିଲା । ମୋଗଲ ସମ୍ରାଟ ଶାହାଜାହାନ ଙ୍କ ଝିଅ ସପିଂ କୁ ବହୁତ ଭଲ ପାଉଥିଲେ ଏବଂ ଏହାକୁ ପୂରଣ କରିବା ପାଇଁ ସମ୍ରାଟ ତାଙ୍କ ରେଡ ଦୁର୍ଗ ସାମ୍ନା ରେ ଏକ ବଜାର ନିର୍ମାଣ କରିଥିଲେ ତାଙ୍କ ଝିଅ ଏଠାରେ ସପିଙ୍ଗ କରୁଥିଲେ । ୧୬୫୦ ରେ ଶାହାଜାହାନ ଏହି ବଜାର କୁ ଏପରି ନିର୍ମାଣ କରିଥିଲେ ଏକ ସମୟରେ ଯମୁନା ନଦୀ ର ଜଳ ଏଠାକୁ ଆସୁଥିଲା । ଧୀରେ ଧୀରେ ଏହା ବହୁତ ପ୍ରସିଦ୍ଧ ହେଲା ଏବଂ ଦିଲ୍ଲୀ ର ସ୍ଵତନ୍ତ୍ର ବଜାର ମଧ୍ୟରେ ଗଣାଗଲା । ଏହା ହୁଏତ ଶାହାଜାହାନ ଦ୍ଵାରା ପ୍ରତିଷ୍ଠିତ ହୋଇଥାଇପାରେ କିନ୍ତୁ ପ୍ରତ୍ୟକ ଧର୍ମ ଓ ଶ୍ରେଣୀ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ଅଛି । ଏଠାରେ ପ୍ରସିଦ୍ଧ ଗୌରୀଶଙ୍କର ମନ୍ଦିର ଏବଂ ଫତେହପୁର ମସଜିଦ ମଧ୍ୟ ରହିଛି। ଚାନ୍ଦିନୀ ଚୌକ ରୁପା ଏବଂ ସୁନା ସାମଗ୍ରୀ ପାଇଁ ପ୍ରସିଦ୍ଧ ପ୍ରତିଦିନ ଲକ୍ଷ୍ୟ ଲକ୍ଷ୍ୟ ଗ୍ରାହକ ଆଠକୁ ଆସନ୍ତି ।
ପୁରୁଣା ଦିଲ୍ଲୀ ର ଏହି ବଜାର କେବଳ ଦିଲ୍ଲୀ ର ନୁହେଁ ବରଂ ସମସ୍ତ ଭାରତ ରେ ପ୍ରସିଦ୍ଧ।