Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପିଏମ ମୋଦିଙ୍କୁ ଭେଟିଲେ ତାଞ୍ଜନିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ- ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି ତାଞ୍ଜାନିଆ ରାଷ୍ଟ୍ରପତି ସାମିୟା ସୁଲୁହୁ ହସନ । ଏହାପୂର୍ବରୁ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ତାଞ୍ଜାନିଆ ରାଷ୍ଟ୍ରପତି ଗଣମାଧ୍ୟମକୁ ବିବୃତ୍ତି ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦଶନ୍ଧି ଧରି
ରହିଥିବା ଉତ୍କୃଷ୍ଟ ସମ୍ପର୍କକୁ ସେ ପ୍ରଶଂସା କରିଛନ୍ତି । ଏହି ଗସ୍ତ ରାଜନୈତିକ ଏବଂ ଅର୍ଥନୈତିକ ବିକାଶ ଏବଂ ସହଯୋଗ ପାଇଁ ନୂତନ ରାସ୍ତା ଖୋଲିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ବୃଦ୍ଧି ପାଇବ।
ଏହାପରେ ସେ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

Show More

Related Articles

Back to top button