Breaking PLUSଦେଶମୁଖ୍ୟ ଖବର

କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

କୁଲଗାମ-ଆଜି ପୁଣି ଜମ୍ମୁ କାଶ୍ମୀର କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ। ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। କିଛି ଦିନ ତଳେ ଜାମ୍ମୁ କାଶ୍ମୀରର ବାୟୁସେନା କନଭେୟ ଉପରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ।

Show More

Related Articles

Back to top button