Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର, ୪ ମୃତ

ବ୍ରହ୍ମପୁର-  ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁର ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ୟାଙ୍କରଟି ଟ୍ରକକୁ ଓଭରଟେକ୍‌ କରିବାକୁ ଯାଇ ବସ୍‌କୁ ପିଟିଛି ।  ଦୁର୍ଘଟଣା ପରେ ରାସ୍ତାକଡ଼ ଚା’ ଦୋକାନକୁ ମାଡ଼ିଯାଇଥିଲା ବସ୍  । ଏହି ସମୟରେ ଚା’ ପିଉଥିବା ବେଳେ ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା ବସ୍ । ଆଉ ଜଣେ ମୃତକ ବସ୍‌ର ଯାତ୍ରୀ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଆହତଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button