Breaking PLUSଓଡ଼ିଶାମୁଖ୍ୟ ଖବର

ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ, ଆଲମିରା ସ୍ଥାନାନ୍ତରିତ

ପୁରୀ- ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ, ଆଲମିରା ସ୍ଥାନାନ୍ତରିତ ହୋଇଛି । ସ୍ଥାନାନ୍ତରଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭିତରେ ଥିବା ଏକ ଲୁହା ସିନ୍ଦୁକ ବାହାର କରିବାକୁ କବାଟ କଟାଯାଇଛି । ସିନ୍ଦୁକ ବାହାରିବା ସମ୍ଭବ ନହେବାରୁ କବାଟ କଟାଯାଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ବାହାର କରାଗଲା ସିନ୍ଦୁକ । ସିନ୍ଦୁକ ବାହାର କରାଗଲା ପରେ ପୁଣି କବାଟ ମରାମତି ହୋଇଥିଲା । ସମସ୍ତ ସିନ୍ଦୁକ, ଆଲମିରାକୁ ନିର୍ଦ୍ଧାରିତ କୋଠରୀରେ ରଖାଯାଇଛି । ଭିତର ଏବଂ ବାହାର ରତ୍ନଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଛି  । ଏହାପରେ ଏଏସ୍‌ଆଇକୁ ଚିଠି ଲେଖାଯିବ କହିଛନ୍ତି ମୁଖ୍ୟ ପ୍ରଶାସକ । ଏଏସ୍‌ଆଇ ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବେ  । ଆବଶ୍ୟକ ସ୍କାନିଂ ପରେ ଏଏସ୍‌ଆଇ ମରାମତି କାର୍ଯ୍ୟ କରିବେ  ।

Show More

Related Articles

Back to top button