Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ଓଡ଼ିଶା ଆସିବେ ପିଏମ ମୋଦି

ଭୁବନେଶ୍ବର-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମଙ୍ଗଳବାର) ନିଜ ଜନ୍ମଦିନରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉକ୍ତଦିନ ସେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୮୧ପ୍ଲାଟୁନ ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ। ଏଥିସହିତ ଭୁବନେଶ୍ବର ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡକଣ ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। ୧୭ତାରିଖରେ ଏହି ଅଞ୍ଚଳରେ କୌଣସି ବିମାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରାଯାଇଛି। ୮୧ପ୍ଲାଟୁନ ଫୋର୍ସ ସହିତ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ବ୍ୟାରିକେଡ୍ ହେବ। ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ସାଧା ପୋଷାକରେ ବି ପୁଲିସ ବୁଲିବେ। ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ ରହିଛି। ସଭାସ୍ଥଳରେ ସିଆରପିଏଫ ସହିତ ସାଧା ପୋଷାକରେ ପୁଲିସ ମୁତୟନ ରହିବେ

Show More

Related Articles

Leave a Reply

Your email address will not be published. Required fields are marked *

Back to top button