Breaking PLUSଓଡ଼ିଶାମୁଖ୍ୟ ଖବର

ବିକ୍ରି ହେବ ଅର୍ପଣ ଚାଉଳ

ପୁରୀ- ବିକ୍ରି ହେବ ଅର୍ପଣ ଚାଉଳ। କ୍ଵିଣ୍ଟାଲ କ୍ଵିଣ୍ଟାଲ କି ଦୁଇ କ୍ଵିଣ୍ଟାଲ ନୁହେଁ, ପୁରା ୧୦ ହଜାର କ୍ଵିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।  ସ୍ପଟ୍ ଭିଜିଟ୍ କରି ଟେଣ୍ଡର ମାଧ୍ୟମରେ  କୌଣସି ବ୍ୟକ୍ତି ବିଶେଷ କିମ୍ବା ମିଲର ଅର୍ପଣ ଚାଉଳକୁ କିଣିପାରିବେ। ଏଥିରୁ ଯେଉଁ ଟଙ୍କା ମିଳିବ, ତାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ଆହୁରି ମଧ୍ୟ ପୁରୀ ଜିଲ୍ଲାପାଳ କହିଛନ୍ତି ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା , ତାକୁ ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପ୍ରସ୍ତୁତ ଲାଗି ଅନୁପଯୁକ୍ତ ବୋଲି ସୁଆର ମହାସୁଆର ନିଯୋଗ ସ୍ପଷ୍ଟ କରିଛି। ତେଣୁ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଅର୍ପଣ ଚାଉଳ ବିକ୍ରି ନେଇ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅର୍ପଣ ଚାଉଳକୁ ରନ୍ଧା ଯାଇ ମହାପ୍ରସାଦ ବଣ୍ଟନ କରାଗଲେ ଭକ୍ତମାନେ ଉପକୃତ ହୋଇପାରିବେ ବୋଲି ସୁଆର ମହାସୁଆର ନିଯୋଗ ସଭାପତି କହିଛନ୍ତି।

Show More

Related Articles

Back to top button