Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦାନ୍ତେୱାଡା ଏନକାଉଣ୍ଟର, 36 ନକ୍ସଲଙ୍କ ମୃତଦେହ ଉଦ୍ଧାର

ଛତିଶଗଡ- ନକ୍ସଲ ନିପାତ ଅଭିଯାନରେ ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।

ଏନକାଉଣ୍ଟର ସ୍ଥଳରୁ ମିଳିଛି LMG ରାଇଫଲ୍, AK 47, SLR ଓ INSAS ରାଇଫଲ ସମେତ ଅନେକ ଅତ୍ୟାଧୁନିକ ବନ୍ଧୁକ। ଏନକାଉଣ୍ଟର ସ୍ଥଳକୁ CRPF ଓ DRGର ଅତିରିକ୍ତ ସୁରକ୍ଷାବାହିନୀକୁ ପଠାଯାଇଛି। ଗୁଳି ବିନିମୟରେ DRGର ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଏୟାରଲିଫ୍ଟ କରି ରାୟପୁର ପଠାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button