Breaking PLUSଦେଶମୁଖ୍ୟ ଖବର
ରାମମନ୍ଦିର ଉଡାଇବାକୁ ଖଲିସ୍ତାନୀ ଆତଙ୍କବାଦୀର ଧମକ
ରାମମନ୍ଦିରକୁ ଉଡାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ରାମମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି । ନିଷିଦ୍ଧ ହୋଇଥିବା ଶିଖ୍ ଫର ଜଷ୍ଟିସ୍ (SFJ) ଦ୍ୱାରା ରିଲିଜ୍ ହୋଇଥିବା ଏକ ଭିଡିଓରେ ପନ୍ନୁ କହିଛି ଯେ, ନଭେମ୍ବର ୧୬ ଏବଂ ୧୭ ରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇପାରେ । କାନାଡାର ବ୍ରମ୍ପଟନ୍ରେ ରେକର୍ଡ ହୋଇଥିବା ଏହି ଭିଡିଓ ଦ୍ୱାରା ଖଲିସ୍ତାନୀ ଆତଙ୍କବାଦୀ ହିନ୍ଦୁ ପୂଜାପାଠ ସ୍ଥାନମାନଙ୍କରେ ଆତଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।