Breaking PLUSଓଡ଼ିଶାମୁଖ୍ୟ ଖବର

୧୫ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର: ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ରବିବାର ରାତିରେ ୧୫ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରହିଥିଲା। ସେମିଳିଗୁଡ଼ାରେ ୯.୧ ଡିଗ୍ରୀ, ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୧.୫, ଅନୁଗୋଳରେ ୧୧.୬, ରାଉରକେଲା ୧୨.୨, ଝାରସୁଗୁଡ଼ାରେ ୧୨.୪, ଭବାନୀପାଟଣାରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ୧୬.୮ ଏବଂ କଟକରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଆସନ୍ତା ୪-୫ ଦିନ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।

Show More

Related Articles

Back to top button