Breaking PLUSଓଡ଼ିଶାମୁଖ୍ୟ ଖବର
ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ୱର, 21 ନଭେମ୍ବର – ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପ୍ରଦାନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ ସାମିଲ ପାଈଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ ବୈଠକ । 24ରେ 20 ଲକ୍ଷ ମହିଳା ମିଳିବା ସହ 80 ଲକ୍ଷ ମହିଳାଙ୍କୁ ମିଳିଯିବ ସୁଭଦ୍ରା ଟଙ୍କା । 1 କୋଟି 16 ଲକ୍ଷରେ ପହଞ୍ଚିଲାଣି ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା । 5 ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।