Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଆସନ୍ତାବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ । ଆବେଦନର ଡେଡଲାଇନ୍। ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । କେହି ଆବେଦନ ପାଇଁ ଭିଡ ଜମାଇବା ଦରକାର ନାହିଁ । ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି ।
ବଣ୍ଡା ଘାଟିରେ ‘ସୁଭଦ୍ରା’ ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଅଧିକ ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି। ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ । ଯାହା ସମସ୍ୟା ରହିଛି, ତାହାକୁ ସରକାରୀ ଅଧିକାରୀ ଦୂର କରିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button