Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରସାଦ ଯୋଜନାରେ ଉନ୍ନତିକରଣ ହେବ କାକଟପୁର ମଙ୍ଗଳା ମନ୍ଦିର

ଭୁବନେଶ୍ୱର- କେନ୍ଦ୍ର ସରକାରଙ୍କ ‘ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ ସମ୍ବର୍ଦ୍ଧନ ଅଭିଯାନ’ (ପ୍ରସାଦ) ଯୋଜନାରେ ଦୁଇ ପ୍ରାଚୀନ ମନ୍ଦିର ପୁରୀ ଜିଲା କାକଟପୁର ସ୍ଥିତ ମା’ ମଙ୍ଗଳା ମନ୍ଦିର ଏବଂ ମୟୂରଭଞ୍ଜ ଜିଲା ଖିଚିଂରେ ଥିବା ମା’ କୀଚକେଶ୍ବରୀ ମନ୍ଦିରର ଉନ୍ନତିକରଣ କରାଯିବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି । ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସମର୍ଥ ବର୍ମା ଏ ନେଇ ଚିଠି ଲେଖିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ମାଷ୍ଟରପ୍ଲାନ(ସ୍ବତନ୍ତ୍ର ନକ୍ସା) ପ୍ରସ୍ତୁତ କରାଯାଇଛି । ପ୍ରସାଦ ଯୋଜନା ଜରିଆରେ ଉନ୍ନତିକରଣ କାମ କରାଯିବ।

Show More

Related Articles

Back to top button