Breaking PLUSଦେଶମୁଖ୍ୟ ଖବର

ଜେଲ୍‌ ଗଲେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ତେଲେଙ୍ଗାନା- ଜେଲ୍‌ ଗଲେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। ନାମପଲ୍ଲୀ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗିରଫ ପରେ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲ୍‌ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜରୁରୀ ଶୁଣାଣି ପାଇଁ ତେଲଙ୍ଗାନା ହାଇକୋର୍ଟ ଗଲେ ଅଲ୍ଲୁ ।
ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶୁକ୍ରବାର ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରେ ହାଜର ହୋଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା।
ହାଇଦ୍ରାବାଦ୍‌ ହଲ୍‌ ଦଳାଚକଟା ମାମଲାରେ ଗିରଫ ହୋଇଛନ୍ତି ଅଭିନେତା ଅଲ୍ଲୁ । ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଗଲେ ଅଲ୍ଲୁ। ଜରୁରୀ ଶୁଣାଣି ପାଇଁ ଅଲ୍ଲୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଜାମିନ୍‌ ପାଇଁ ଆବେଦନ କରିଛନ୍ତି ପୁଷ୍ପା । ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ

Show More

Related Articles

Back to top button