Breaking PLUSଓଡ଼ିଶାମୁଖ୍ୟ ଖବର
2ଜଣଙ୍କୁ ଦଳିଦେଲା ଦନ୍ତା
କଳାହାଣ୍ଡି ବିଶ୍ୱନାଥପୁର ରେଞ୍ଜ କାଦମାଳି ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀ ଘର ଭାଙ୍ଗିବା ସହ ୨ଜଣଙ୍କୁ ଦଳି ମାରିଦେଇଥିବା ସୂଚନା ମିଳିଛି। ଶୋଇଥିବାବେଳେ ବୃଦ୍ଧ ଓ ବୃଦ୍ଧାଙ୍କୁ କଚାଡ଼ି ଦଳିଦେଇଥିଲାହାତୀ। ଅପରପକ୍ଷରେ ହାତୀକୁ ଦେଖି ଦୌଡ଼ି ପଳାଇଥିବା ଘରର ଅନ୍ୟ ସଦସ୍ୟମାନଙ୍କ ଜୀବନ ବଞ୍ଚି ଯାଇଛି।