Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଆନ୍ଧ୍ରପ୍ରଦେଶରେ ବାଣ କାରଖାନାରେ ବିସ୍ଫୋରଣ, 5 ମୃତ

ଆନ୍ଧ୍ରପ୍ରଦେଶର ଆନାକାପାଲ୍ଲେ ଜିଲା ଅନ୍ତର୍ଗତ କୈଳାସପାଟନମ ଗ୍ରାମରେ ଥିବା ଏକ ବାଣ କାରଖାନାରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କାରଖାନା ପରିସରର ଏକ ସ୍ଥାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗି ବାଣ ବିସ୍ଫୋରଣ ଘଟିଥିଲା। ଅଗ୍ନି ନିରାପତ୍ତା ଦିଗରେ ତ୍ଵରିତ ପଦକ୍ଷେପ ନିଆ ନ ଯିବାରୁ ନିଆଁ ସମଗ୍ର କାରଖାନାକୁ ବ୍ୟାପିଯିବା ସହିତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। କାରଖାନାରେ ବହୁ ଶ୍ରମିକ କାମ କରୁଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୫ ଜଣ ବିସ୍ଫୋରଣ ଯୋଗୁ ପ୍ରାଣ ହରାଇଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ।