Breaking PLUSଓଡ଼ିଶାମୁଖ୍ୟ ଖବର
ରାସଗୋବିନ୍ଦପୁର ରେଞ୍ଜରେ ୨୩ ଟିକିଆ ହାତୀ ପଲଙ୍କ ଉତ୍ପାତ

ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ୨୩ ଟିକିଆ ହାତୀ ପଲ ରଚୁଛି ତାଣ୍ଡବ ଲୀଳା। ଉକ୍ତ ରେଞ୍ଜ ଅଧୀନ ରାସଗୋବିନ୍ଦପୁର ବ୍ଲକର ପୁର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ ବ୍ୟାପକ ପାଚିଲା ଧାନ ନଷ୍ଟ କରୁଥିବା ବେଳେ କିଛି ଚାଷୀମାନେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ଦନ୍ତାହାତୀ ଆକ୍ରମଣରେ ପୁର୍ଣ୍ଣଚନ୍ଦ୍ରପୁର ଗ୍ରାମର ହେମନ୍ତ ଜେନା (କୁନୁ) ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ବନବିଭାଗର କର୍ମଚାରୀମାନଙ୍କ ସହିତ ସ୍ଥାନୀୟ ଲୋକେ ନିକଟସ୍ଥ ଅମରଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ତାଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେତେବେଳକୁ ହେମନ୍ତ ଜେନାଙ୍କ ମୃ୍ତ୍ୟୁ ହୋଇସାରିଥିଲା। ତାଙ୍କର ବୟସ ୫୧ ବର୍ଷ ବୋଲି ଜଣାଯାଇଛି।



